ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନିଶ୍ଚିତତାରେ ଝାରସୁଗୁଡ଼ା ବିମାନବନ୍ଦର ଭବିଷ୍ୟତ, କ୍ଷତି ସହୁଛନ୍ତି ଏୟାରଲାଇନ୍‌ସ କମ୍ପାନି

ଝାରସୁଗୁଡା : ଝାରସୁଗୁଡ଼ାସ୍ଥିତ ଭିଏସ୍‌ଏସ୍‌ ବିମାନ ବନ୍ଦରର ଭବିଷ୍ୟତ ଅନିଶ୍ଚିତତା ଦେଇ ଗତିକରୁଛି। ବିମାନରେ ଯାତ୍ରା ପାଇଁ ଲୋକଙ୍କ ଆଗ୍ରହ ହ୍ରାସ ପାଉଥିବାରୁ କ୍ଷତିରେ ଚାଲିଛନ୍ତି ଏୟାରଲାଇନ୍‌ସ କମ୍ପାନି। କମ୍ପାନିଙ୍କ କହିବା ଅନୁସାରେ, ଗତ ୧୫ ଦିନ ହେଲା ବିମାନର ପ୍ରତି ଟ୍ରିପରେ ଖର୍ଚ୍ଚ ହେଉଥିବା ଇନ୍ଧନର ୫୦ ପ୍ରତିଶତ ଟଙ୍କା ବି ଟିକଟରୁ ବାହାରିପାରୁନି। ଏ ନେଇ ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରିଙ୍କୁ ପଚାରିବାରେ ଏ ସମ୍ପର୍କରେ କିଛି ଉତ୍ତର ଦେଇ ହେବନି ବୋଲି କହିଛନ୍ତି। ବିମାନରେ ଯାତ୍ରୀ ଯିବା ଆସିବାର ଏକ ଟ୍ରେଣ୍ଡ ଥାଏ। ସେ ହିସାବରେ କେବେ ଯାତ୍ରୀ ସଂଖ୍ୟା ହ୍ରାସ ପାଇଥାଏ ତ କେବେ ବଢ଼ିଥାଏ ବୋଲି ଶ୍ରୀ ତିୱାରି କହିଛନ୍ତି।

ଏବେ ଝାରସୁଗୁଡା ବିମାନ ବନ୍ଦରରୁ ୨ଟି କମ୍ପାନିର ବିମାନ ଭୁବନେଶ୍ୱର, ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ଯାତ୍ରା କରୁଛି। ତାହା ପୁଣି ଦୈନିକ ଗୋଟିଏ ଥର ଲେଖାଏଁ। ଗତ ୮ ଦିନର ବିମାନରେ ଯାତ୍ରା କରୁଥିବା ଯାତ୍ରୀ ସଂଖ୍ୟାକୁ ଅନୁଧ୍ୟାନ କଲେ ଗତ ୮ ତାରିଖରେ ଏହି ବିମାନ ବନ୍ଦରରୁ ୪ଟି ବିମାନ ଯୋଗେ ମୋଟ୍‌ ୨୨୦ ଜଣ, ୧୧ ତାରିଖରେ ୨୧୯ ଜଣ, ୧୨ ତାରିଖରେ ୧୮୯ ଜଣ, ୧୩ ତାରିଖରେ ୨୨୧ ଜଣ, ୧୪ ତାରିଖରେ ୨୩୬ ଜଣ, ୧୫ ତାରିଖରେ ୩୨୮ ଜଣ, ୧୬ ତାରିଖରେ ୨୯୧ ଜଣ, ୧୭ ତାରିଖରେ ୧୮୪ ଜଣ ଯାତ୍ରା କରିଛନ୍ତି। ଅର୍ଥାତ୍ ମୋଟ୍‌ ୪ଟି ବିମାନରେ ହାରାହାରି ଦୈନିକ ୨୩୬ ଜଣ ଯାତ୍ରା କରିଛନ୍ତି। କୋଲକାତା ଓ ଭୁବନେଶ୍ବରକୁ ଯାତ୍ରା କରୁଥିବା ଏଲାଏନ୍ସ ଏୟାର ବିମାନଟି ୭୨ ସିଟର ହୋଇଥିବା ବେଳେ ଦିଲ୍ଲୀ ଯାଉଥିବା ସ୍ପାଇସ୍ ଜେଟ୍‌ ବିମାନରେ ୧୪୫ ସିଟ୍ ଓ ହାଇଦ୍ରାବାଦ ଯାଉଥିବା ବିମାନରେ ୮୦ ସିଟ୍ ରହିଛି। ୪ଟି ବିମାନର ମୋଟ ସିଟ୍‌ ୩୬୯ ହୋଇଥିବା ବେଳେ ଦୈନିକ ୧୩୩ ସିଟ୍ ଖାଲି ପଡ଼ୁଥିବା ଏୟାରଲାଇନ୍ସ ପକ୍ଷରୁ ସୂଚନା ମିଳିଛି। ‘ଏଲାଏନ୍ସ ଏୟାର’ରେ ମେ’ ରେ ୮୪ ପ୍ରତିଶତ, ଜୁନ୍‌ରେ ୬୬ ପ୍ରତିଶତ ଓ ଜୁଲାଇରେ ବର୍ତ୍ତମାନ ସୁଦ୍ଧା ୫୮ ପ୍ରତିଶତ ସିଟ୍‌ରେ ଯାତ୍ରୀ ଯାଇଥିବା ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।