ନୂଆଦିଲ୍ଲୀ: ଅନିଲ ଅମ୍ବାନିଙ୍କ ଏକ ପାଔତବାର ପ୍ଲାଣ୍ଟ୍କୁ ଶିଳ୍ପପତି ଗୌତମ ଆଦାନି କିଣିବା ବିଷୟରେ ବିଚାର କରୁଛନ୍ତି। ଅମ୍ବାନିଙ୍କ ରିଲାଏନ୍ସ ପାୱାର ଲିମିଟେଡ୍ ସ୍ଥାପନ କରିଥିବା ୬୦୦ ମେଗାୱାଟ୍ର ବିଦର୍ଭ ଇଣ୍ଡଷ୍ଟ୍ରିଜ୍କୁ ଦେବାଳିଆ ଘୋଷଣା କରିବା ଲାଗି କୋର୍ଟରେ ମାମଲାର ବିଚାର ଚାଲିଛି।
ସେହି ପାୱାର ପ୍ଲାଣ୍ଟ୍କୁ କିଣିବା ଲାଗି ଆଦାନିଙ୍କ ପକ୍ଷରୁ ରିଲାଏନ୍ସ ପାୱାର ସହ ଆଲୋଚନା ହେଉଛି। ଏହି କାରଖାନାକୁ ଅଧିଗ୍ରହଣ କଲେ ବିଦ୍ୟୁତ ଶକ୍ତି କ୍ଷେତ୍ରରେ ଆଦାନି ନିଜ କାରବାରକୁ ଆହୁରି ସୁଦୃଢ଼ କରିପାରିବେ।