ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅନଲାଇନ ଧର୍ମାନ୍ତରୀକରଣ ରୢାକେଟ୍‌ର ପର୍ଦ୍ଦାଫାସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅନଲାଇନ ଧର୍ମାନ୍ତରୀକରଣ ରୢାକେଟର ପର୍ଦ୍ଦାଫାସ ହୋଇଛି। ଗାଜିଆବାଦ ପୁଲିସ ଏହି ରୢାକେଟର ପର୍ଦ୍ଦାଫାସ କରିଛି ଏବଂ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଉକ୍ତ ଅଭିଯୁକ୍ତ ହେଉଛି ଗା‌ଜିଆବାଦ ବାସିନ୍ଦା ଅବଦୁଲ ରେହମାନ। ପୁଲିସ ଉକ୍ତ ମାମଲାରେ ଏବେ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି। ପୁଲିସ ସୂଚନାନୁଯାୟୀ ରେହମାନ ୨ ହିନ୍ଦୁ ବାଳକ ଏବଂ ଜଣେ ଜୈନ ବାଳକଙ୍କର ଧର୍ମାନ୍ତରୀକରଣ କରିଛି।

ପୁଲିସ ମଧ୍ୟ ଉକ୍ତ ଘଟଣାରେ କିଛି ଇଲେକ୍ଟ୍ରୋନିକ ପ୍ରମାଣ ଏବଂ ୩ ବାଳକଙ୍କ ଧର୍ମାନ୍ତରୀକରଣ ନେଇ କାଗଜପତ୍ର ଜବତ କରିଛି। ଉଲ୍ଲେଖଯୋଗ୍ୟ ଯେ ମେ’ ୩୦ ତାରିଖରେ କବି ନଗର ଥାନାରେ ଧର୍ମାନ୍ତରୀକରଣ ନେଇ ଏକ ମାମଲା ରୁଜୁ ‌ହୋଇଥିଲା। ୨ ଜଣ ବ୍ୟକ୍ତି ତଥା ଥାନେର ଶାହନୱାଜ ଖାନ୍‌ ଏବଂ ଅବଦୁଲ ରେହମାନ ବିରୋଧରେ ମାମଲା ରୁଜୁ ହୋଇଥିଲା। ଉକ୍ତ ଘଟଣାର ତଦନ୍ତ ପରେ ଜଣାପଡ଼ିଲା ଯେ ରେହମାନ ୩ ଜଣ ବାଳକଙ୍କର ଧର୍ମାନ୍ତରୀକରଣ କରିଛି। ଶିଶୁ ମାନଙ୍କୁ ଟ୍ରାପ୍‌ କରିବାପାଇଁ ରେହମାନ ଅନଲାଇନ ଗେମ୍‌ ବ୍ୟବହାର କରୁଥିଲା ବୋଲି ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ