ମନୋରଞ୍ଜନ ରାଜନୀତି ରାଜ୍ୟ

ଅନନ୍ତକାଳ ପାଇଁ ନିଜ ସଙ୍ଗୀତ ମାଧ୍ୟମରେ ବଞ୍ଚି ରହିବେ ଲତା ମଙ୍ଗେସକର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ପରଲୋକ ବିଷୟରେ ଜାଣି ଗଭୀର ଦୁଃଖିତ। ‘ମେଲୋଡି କୁଇନ୍ ଅଫ୍ ଇଣ୍ଡିଆ’ ଆମର ସାମଗ୍ରିକ ଚେତନାରେ ଏକ ଶୂନ୍ୟସ୍ଥାନ ଛାଡ଼ିଯାଇଛି। ସେ ଅନନ୍ତକାଳ ପାଇଁ ନିଜ ସଙ୍ଗୀତ ମାଧ୍ୟମରେ ବଞ୍ଚି ରହିବେ। ମୋର ଚିନ୍ତାଧାରା ଏବଂ ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ଏବଂ ତାଙ୍କ ଅଗଣିତ ପ୍ରଶଂସକଙ୍କ ସହିତ ଅଛି।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗଭୀର ଶୋକ ପ୍ରକାଶ କରି ନିଜର ଟୁଇଟରରେ ଲେଖିଛନ୍ତି, ଲତାଜୀଙ୍କ ବିୟୋଗରେ ଏକ ଯୁଗର ଅନ୍ତ ଘଟିଛି। ତାଙ୍କର ଶ୍ରୁତିମଧୁର କଣ୍ଠସ୍ବର ଆମ ହୃଦୟ ରହିଛି ଏବଂ ତାଙ୍କୁ ଆଗାମୀ ପୀଢି ପାଖରେ ସ୍ମରଣୀୟ କରି ରଖିବ।
ଏଣେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଲତା ମଙ୍ଗେସକରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ଓ ବନ୍ଧୁବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, କୋଟି କୋଟି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ସ୍ବର ଆଉ ନାହିଁ। ସେ ଆମ ଚେତନାକୁ ଏତେ ଦଶନ୍ଧି ଧରି ଶାସନ କଲେ ଯାହା ତାଙ୍କୁ ଯୁଗ ଯୁଗ ଧରି ଅମର କରିରଖିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ