କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଅଧିକ ଅମାନିଆ ହେଲେ ବନ୍ଧାହେବେ: ସିପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ଏବେବି ରହିଛି ବିପଦ । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ କରୋନା ଧୀରେ ଧୀରେ ବଢୁଥିବା କୁହାଯାଉଛି । ଏହାରି ମଧ୍ୟରେ ଆଗକୁ ଆସୁଛି ଦୁର୍ଗାପୂଜା । ପୂଜାରେ କଟକଣା ନମାନିଲେ ପୁଣି କରୋନା ମାଡ଼ିଯିବାର ଭୟ ରହିଛି । ଦୁର୍ଗାପୂଜାକୁ ନେଇ ଟ୍ୱିନ୍ ସିଟି ବାସିନ୍ଦାଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି ଯେ, ୧୧ ତାରିଖରୁ ପୂଜା ପାଇଁ କୋଭିଡ ନିୟମ ଲାଗୁ ହେବ । ରାତି ୮ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ନିୟମ ଉଲ୍ଲଙ୍ଘନ କଲେ ଅମାନିଆ ଫାଇନ୍ ଗଣିବେ ।

ତେବେ ୧୧ ତାରିଖରୁ ଲାଗୁ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରାଯିବ । ଅଧିକ ଅମାନିଆ ହେଲେ ଗିରଫ କରାଯିବ । ପେସାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆମ ପାଇଁ ଜୀବନ ଆଗ, ପାର୍ବଣ ପଛ ବୋଲି ସୌମେନ୍ଦ୍ର କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,