ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଧା ରହିଗଲା ସଂସାର ଗଢିବାର ସ୍ୱପ୍ନ: ୧୫ ଦିନରେ ମୋବାଇଲ ରଂଗ୍ ନମ୍ବର ପ୍ରେମ ପଡିଲା ମହଙ୍ଗା, ଝିଅ ଭାବି ପୁଅକୁ ବାହାହେଲେ ଯୁବକ

ବାସୁଦେବପୁର ୨୭/୦୫: ବିବାହ କାର୍ଯ୍ୟ ସରିଲା । ବନ୍ଦାପନା ହୋଇ ବରକନ୍ୟା ଗୃହ ପ୍ରବେଶ କଲେ । ସନ୍ଧ୍ୟା ବେଳେ ଭୋଜିଭାତର ଆସର ବି ଜମିଲା । ନୂଆବୋହୂକୁ ପାଇ ପରିବାରରେ ହସ ଖୁସିର ମାହୋଲ । ବର ମଧ୍ୟ ନିଜ ପ୍ରେମିକାକୁ ପତ୍ନୀ ଭାବେ ପାଇ ଅନେକ ସ୍ୱପ୍ନରେ ବିଭୋର । ହେଲେ ସନ୍ଧ୍ୟା ବେଳର ସ୍ୱପ୍ନ ସକାଳ ପାଉ ପାଉ ଭାଙ୍ଗି ଚୁରମାର ହୋଇଗଲା । ଯେଉଁ ପ୍ରେମିକାକୁ ନେଇ ସୁଖର ସଂସାର କରିବ ବୋଲି ପ୍ରେମିକ ବିବାହ କରିଥିଲା ।

ତାହା ପାଣିରେ ମିଳାଇ ଗଲା । ତା ସ୍ୱପ୍ନର ମେଘନା ସକାଳ ହେଲା ବେଳକୁ ମେଘନାଦ ବୋଲି ଜଣାପଡ଼ିଥିଲା । ବଧୂବେଶ ସାଜିଥିବା ନୂଆବୋହୂ ଝିଅ ନୁହେଁ ପୁଅ ବୋଲି ପ୍ରଘଟ ହେଲା । ସତ ଜାଣିବାକୁ ଲୋକେ ନବବଧୂକୁ ମାଡ଼ ମାରି ଉଲଗ୍ନ କଲେ । ପରେ ନବବଧୂ ବେଶରେ ଝିଅ ନୁହେଁ ଜଣେ ପୁଅ ଥିଲା ବୋଲି ଜଣାପଡ଼ିଥିଲା । ଏପରି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଫେସବୁକରୁ ବନ୍ଧୁତା । ପରେ ମୋବାଇଲରେ କଥାବାର୍ତ୍ତା । ମାତ୍ର ୧୫ ଦିନର କଥାବାର୍ତ୍ତାରେ ଗଢ଼ି ଉଠିଥିଲା ପ୍ରେମ । ପରସ୍ପରକୁ ଫଟୋ ଦିଆନିଆ ବି ଚାଲିଲା । ପରେ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଭେଟଘାଟ ହେଲା । ପଶ୍ଚିମବଙ୍ଗର ଉତ୍ତର ଚବିଶପ୍ରଗଣା ଜିଲ୍ଲାର ଆଲୋକ କୁମାର ମିସ୍ତ୍ରୀଙ୍କ ସହ କେନ୍ଦ୍ରାପଡା ଜମ୍ବୁ ମେରାଇନ୍‌ ଥାନା ରାମନଗର ଗ୍ରାମର ବିଶ୍ୱନାଥ ମଣ୍ଡଳଙ୍କ ଝିଅ ମେଘନା ମଣ୍ଡଳଙ୍କ ସହ ବନ୍ଧୁତା ଆରମ୍ଭ ହୋଇଥିଲା ।

ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ୨୪ ତାରିଖରେ ଆଲୋକ ଚଣ୍ଡିଖୋଲରେ ପହଞ୍ଚି ମେଘନାକୁ ଅପେକ୍ଷା କରିଥିଲେ । ମେଘନା ଘରୁ ଆସି ସେଠାରେ ପହଞ୍ଚି ଥିଲେ । ସେଇଠୁ ଉଭୟ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳକୁ ଆସିଥିଲେ । କଶିଆରେ ଆଲୋକଙ୍କ ମାମୁ ଘର । ବୋହୂ ଘରକୁ ଆସୁଛି ଜାଣି ଆଲୋକର ମାମୁ ପୁଅ ରବି ମଣ୍ଡଳ ଉଭୟଙ୍କୁ ପାଛୋଟି ନେଇଥିଲେ । ଆଲୋକଙ୍କ ଭାଉଜ ଉଭୟଙ୍କୁ ବନ୍ଦାପନା କରି ଘର ଭିତରକୁ ସ୍ୱାଗତ କରିଥିଲେ ।

ବୋହୂ ମେଘନା ହାତରେ ମେହେନ୍ଦି ସହିତ ନାଲି ରଙ୍ଗର ମୁଠା ମୁଠା ଚୂଡ଼ି ପିନ୍ଧିଥିଲେ । ମୁଣ୍ଡରେ ହାତେ ଲମ୍ବାର ଓଡ଼ଣୀ ପକାଇ ନବବଧୂ ଗୃହ ପ୍ରବେଶ କରିିଥିଲେ । ନବାଗତ ବର କନ୍ୟାଙ୍କୁ ଦେଖିବା ପାଇଁ ପାଖ ପଡ଼ୋଶୀଙ୍କ ଧାଡ଼ି ଲାଗିଥିଲା । ଘରେ ଆନନ୍ଦର ଲହରି ଖେଳିଯାଇଥିଲା । ସନ୍ଧ୍ୟାରେ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା । ପୁଅ ବୋହୂକୁ ଦେଖି ଅନେକ ଆଶୀର୍ବାଦ ପ୍ରଦାନ କରିଥିଲେ ।

ଭୋଜି ଭାତର ଆସର ଜମିଥିବା ବେଳେ ନିକଟ ବିନୋବାଭାବେନଗର ଗ୍ରାମର ସବିତା ମଣ୍ଡଳ ସେଠାକୁ ଆସିଥିଲେ । ସେ ମେଘନାଦକୁ ଚିହ୍ନି ପକାଇଥିଲେ । ସେଠାରୁ ଗାଁକୁ ଯାଇ କହିଥିଲେ, ମେଘନା ଝିଅ ନୁହେଁ ପୁଅ । ସେ ମୋର ପୁତୁରା ହିସାବ ହେବ । କଥା ପ୍ରଘଟ ହୋଇଥିଲା । ହସଖୁସିରେ ବିବାହ ଉତ୍ସବ ମନାଉଥିବା ମେଘନା କାନରେ ଏକଥା ବାଜିଲା । କଥାକୁ ଅତି ଚତୁରତାର ସହ ସେ ଲୁଚାଇ ଚାଲିଥିଲେ ।

ମାମୁଘର ପରିବାର ଲୋକେ ରାତିସାରା ଉଜାଗର ରହିଲେ । ମେଘନା ପରିବାର ଲୋକଙ୍କୁ ମଧ୍ୟ ଡକାଇଲେ । ଏହି କଥାକୁ ଗ୍ରାମବାସୀ ସହଜରେ ବିଶ୍ୱାସ କରିନଥିଲେ । ସକାଳ ହେବା ପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ମେଘନାକୁ ମାଡ଼ ମାରି ଉଲଗ୍ନ କଲେ । ପରେ ନବବଧୂ ସାଜିଥିବା ମେଘନା ଜଣେ ଝିଅ ନୁହେଁ ପୁଅ ଓ ତାର ନାଁ ମେଘନାଦ ବୋଲି ସ୍ପଷ୍ଟ ହୋଇଥିଲା । ହେଲେ ମେଘନାଦର କଥାବାର୍ତ୍ତା ଚାଲିଚଳନ ସବୁ ଅବିକଳ ଝିଅ ପରି ।

ଏପରିକି ଝିଅଙ୍କ ପରି ପୋଷାକ ମଧ୍ୟ ସେ ପିନ୍ଧୁଥିଲା । ପରେ ଗ୍ରାମବାସୀ ମେଘନାଦ ରଖିଥିବା ଲମ୍ବା ଚୁଟିକୁ କାଟିଥିଲେ । ଏପରି ଆଉ କୌଣସି ପୁଅଙ୍କ ସହିତ ନ କରିବାକୁ ପରାମର୍ଶ ଦେଇଥିଲେ । ପରେ ମେଘନାଦକୁ ପୁଅ ପୋଷାକ ପିନ୍ଧାଇ ଥିଲେ । ପୂର୍ବରୁ ମେଘନାଦ ବହୁ ଯୁବକଙ୍କୁ ଏଭଳି ଝିଅ ବେଶ ଧରି ଠକି ଥିବା ମାନିଛି । ଖବର ପାଇ ପୁଲିସ ପହଞ୍ଚି ମେଘନାଦଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।