ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଅଧାରୁ ପାଠ ଛାଡୁଛନ୍ତି ଅନେକ ଛାତ୍ରଛାତ୍ରୀ, ମୁଖ୍ୟସ୍ରୋତକୁ ଫେରାଇ ଆଣ ; ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ

ଭୁବନେଶ୍ୱର ୧୪।୦୫ : ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ । ଅଧାରୁ ପଠା ପଢ଼ା ଛାଡିଥିବା ବା ଡ୍ରପଆଉଟ୍‌ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗମଶିକ୍ଷା ସଚିବ ବିଷ୍ଣୁପଦ ସେଠୀ । ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ତାଲିକାଭୁକ୍ତ କରିବା ପାଇଁ ବିଦ୍ୟାଳୟ ସ୍ତରରେ ଏକ ମାଇକ୍ରୋ ସ୍ତରୀୟ ସର୍ଭେ କରିବାକୁ ଚିଠିରେ ଉଲ୍ଲେଖ ରଖିଛି ।

ସେହିପରି ବିଦ୍ୟାଳୟରେ ଛାତ୍ରଛାତ୍ରୀ କାହିଁକି ଅନୁପସ୍ଥିତି ରହୁଛନ୍ତି । ତା’ର କାରଣ ଜାଣିବା ପାଇଁ କନିଷ୍ଠ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କ ଘରକୁ ଯିବା ପାଇଁ କୁହାଯାଇଛି । ଏହି କନିଷ୍ଠ ଶିକ୍ଷକମାନେ ଛାତ୍ର ଓ ସେମାନଙ୍କ ପିତାମାତାଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ଉତ୍ସାହିତ କରିବେ । ସେମାନଙ୍କୁ ବିଦ୍ୟାଳୟ ପଠାଇବାର ଲାଭ ଏବଂ ଛାତ୍ରଛାତ୍ରୀଙ୍କୁ ମାଗଣା ବହି, ମାଗଣା ୟୁନିଫର୍ମ, ଏମ୍ଡିଏମ୍ ଏବଂ ସ୍କଲାରସିପ୍ ଯୋଗାଇବା ପାଇଁ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ଜଣାଇବେ । ଶିକ୍ଷକ ପୁନରୁଦ୍ଧାର ଯୋଜନା(ଏଲ୍‌ଆରପି)ର ଲାଭ ଛାତ୍ରମାନଙ୍କ ସହିତ ପ୍ରତ୍ୟେକ ସ୍ତରରେ ବାଖ୍ୟା କରାଯିବାର ଆବଶ୍ୟକତା ରହିଛି ବୋଲି ଚିଠିରେ କୁହାଯାଇଛି ।

ତେବେ କରୋନା ଲାଗି ଦୀର୍ଘ ଦୁଇ ବର୍ଷ ଧରି ପାଠପଢାରେ ବାଧା ସୃଷ୍ଟି ହୋଇଥିଲା । ଏବେ ସ୍କୁଲ ‌ଖୋଲିଛି। ଖରାକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ୯ଟା ଯାଏ ପିଲାଙ୍କ ପାଠପଢ଼ା ଚାଲିଛି। ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରଦାନ କରାଯାଉଛି। ତଥାପି ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଆଶାନୁରୂପ ହୋଇପାରୁନାହିଁ। ବ୍ଳକସ୍ତରୀୟ ଉପସ୍ଥାପନ ଯାଞ୍ଚ ସମୟରେ ବହୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁନଥିବା ଜଣାପଡ଼ିଛି । ରାଜ୍ୟସ୍ତରୀୟ ସମୀକ୍ଷାରୁ ଜଣାପଡ଼ିଛି ଯେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୦% ରହୁଛି । ଅର୍ଥାତ୍‌ ୩୦ ପ୍ରତିଶତ ଛାତ୍ରଛାତ୍ରୀ କ୍ଲାସରୁମ୍‌ ଶିକ୍ଷା ଗ୍ରହଣ କରିବାକୁ ଆସୁନାହାନ୍ତି।

ସେହିପରି ୮ମ ଶ୍ରେଣୀ ପାସ୍‌ ପରେ ବହୁ ପିଲା ୯ମ ଶ୍ରେଣୀରେ ନାମ ଲେଖାଇନାହାନ୍ତି। ଅର୍ଥାତ୍‌ ସେମାନେ ଡ୍ରପ୍‌ ଆଉଟ୍‌ ହୋଇଛନ୍ତି। ସେମାନଙ୍କୁ ପୁଣିଥରେ ସ୍କୁଲକୁ ଫେରାଇ ଆଣିବା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ତେବେ ଏତେ ସଂଖ୍ୟକ ପିଲା କୁଆଡ଼େ ଗଲେ? ଅଧାରୁ ପାଠ ଛାଡ଼ିଦେଲେ କି? ଯଦି ପାଠପଢ଼ା ଛାଡ଼ିଲେ ତେବେ ଏବେ ସେମାନେ କେଉଁଠି କ’ଣ କରୁଛନ୍ତି। ଏଭଳି ଆଶଙ୍କା ପ୍ରକାଶ ପାଇଥିବାରୁ ଗଣଶିକ୍ଷା ବିଭାଗ ତନାଘନା ଆରମ୍ଭ କରିଛି। ଗଣଶିକ୍ଷା ସଚିବ ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଡ୍ରପ୍‌ଆଉଟ୍‌ ହୋଇଥିବା ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ନିର୍ଦେଶ ଦେଇଛନ୍ତି। ମାଲକାନଗିରି, ବୌଦ୍ଧ, ଗଜପତି, ସମ୍ବଲପୁର, ନୂଆପଡ଼ା ଜିଲ୍ଲାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ରାଜ୍ୟ ହାରଠାରୁ କମ୍‌ ରହିଥିବା ଚିଠିରେ ଦର୍ଶାଯାଇଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି