ରାଜନୀତି ରାଜ୍ୟ

ଅଦିନିଆ ନେତାଙ୍କ ଆଗମନ: ‘କଳାହାଣ୍ଡି’ ନାଁରେ ମାଳମାଳ ସଂଗଠନ

ଭବାନୀପାଟଣା: ଆକାଳେ ନାହିଁ ସକାଳେ ନାହିଁ ଗମା ପୁନେଇଁରେ ମାଇଁ ମାଇଁ ଭଳି ଏବେ ଆମଦାନି ନେତାଙ୍କ ଚକ୍ରବ୍ୟୁହରେ ବିଭିନ୍ନ ନିର୍ବାଚନମଣ୍ଡଳୀ। କଳାହାଣ୍ଡି ନାମରେ ବିଭିନ୍ନ ସଂଗଠନ ଆରମ୍ଭ କରି ରାଜନୀତି ମଇଦାନକୁ ଓହ୍ଲାଇବା ପାଇଁ ଏକ ସୁପରିକଳ୍ପିତ ଯୋଜନା ଆରମ୍ଭ ହୋଇଛି। ପ୍ରକାଶ ଯେ, ୨୦୦୬ ମସିହାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ଆବାହକତ୍ବରେ ନିୟମଗିରି ଆନ୍ଦୋଳନକୁ ନେଇ ‘ଗ୍ରିନ କଳାହାଣ୍ଡି’ ଆରମ୍ଭ ହୋଇଥିଲା। ଏହାର ଆଧାରରେ ୨୦୦୯ ମସିହାରେ ସେ ନିଜ କ୍ୟାରିଅରର ସର୍ବାଧିକ ଭୋଟ ପାଇ କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ ଜୁନାଗଡ଼, ଲାଞ୍ଜିଗଡ଼, ନର୍ଲା ଓ ଭବାନୀପାଟଣା ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ହାତକୁ ଯାଇଥିଲା। ୨୦୦୯ ମସିହାରେ ବର୍ତ୍ତମାନର ଜୁନାଗଡ଼ ବିଧାୟକ ଦିବ୍ୟଶଂକର ମିଶ୍ର ‘ଜୟ କଳାହାଣ୍ଡି’ ସଂଗଠନ ମାଧ୍ୟମରେ ପ୍ରଚାର ପ୍ରସାର କରି ୨୦୧୪ ମସିହାରେ ବିଜେଡି ଟିକେଟରେ ଜୁନାଗଡ଼ରୁ ନିର୍ବାଚିତ ହୋଇଥିଲେ। ‘କଳାହାଣ୍ଡି ବିକାଶ ପରିଷଦ’ ନାମରେ ବିଜେପି ନେତ୍ରୀ ସୁନୀତି ମୁଣ୍ଡ କଳାହାଣ୍ଡି ଜିଲ୍ଲାରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ୨୦୧୫ ମସିହାରେ ଭବାନୀ ଶଙ୍କର ନିଆଲ ନିଜର ରାଜନୀତି କ୍ୟାରିଅରକୁ ସୁଦୃଢ଼ କରିବା ପାଇଁ ‘ସାଇନିଂ କଳାହାଣ୍ଡି’ ଆରମ୍ଭ କରିଥିଲେ।
ବେଦାନ୍ତକୁ ଖଣି ଦେବା ଦାବି ନେଇ ତାଙ୍କ କାର୍ଯ୍ୟକ୍ରମ ବିବାଦୀୟ ହୋଇପଡ଼ିଥିଲା। ଏଥିଯୋଗୁଁ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଭକ୍ତ ଦାସଙ୍କ ଏକାନ୍ତ ଅନୁଗତ ମଧୁ ମହାନ୍ତି ୧୯୯୨ ମସିହାରେ ‘କଳାହାଣ୍ଡି ଲିବରେସନ ଫ୍ରଣ୍ଟ’ ଗଠନ କରି ଜିଲ୍ଲାରେ ବିବାଦୀୟ ହୋଇ ପଡ଼ିଥିଲେ। ଏପରିକି ପରେ ସେ କଳାହାଣ୍ଡି ଛାଡ଼ି ଭୁବନେଶ୍ବରରେ ଅବସ୍ଥାନ କରିଥିଲେ। ବର୍ତ୍ତମାନ ପୁଣି ଥରେ ଦାଦା ଆସୁଛନ୍ତି କହି ‘ଡିଫାଇନ କଳାହାଣ୍ଡି’ ନାମରେ ଏକ ସଂଗଠନ କରି ଭବାନୀପାଟଣା ସହରରେ ଗତକାଲି ଅନୁଷ୍ଠିତ ବାଇକ ଶୋଭାଯାତ୍ରା ନେଇ ସାଧାରଣରେ ଭୃକୁଞ୍ଚନ ଦେଖାଦେଇଛି। ଧୀରେ ଧୀରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶା ରାଜନୀତିର ପ୍ରୟୋଗଶାଳା ଭାବେ ପରିଚିତ କଳାହାଣ୍ଡି ଜିଲ୍ଲାରେ ଏବେ ରାତାରାତି ଅନେକ ସଂଗଠନ ଜନ୍ମ ନେଉଛି। ସହର, ବଜାର ଓ ଛକସ୍ଥାନରେ ଏବେ ମାଳମାଳ ସୁଦୃଶ୍ୟ ବ୍ୟାନର ସବୁ ଟଙ୍ଗା ହେଇଛି। ସଂଗଠନ ସବୁ ଲାଗିପଡ଼ି ଜିଲ୍ଲାର ସମସ୍ୟାଗୁଡ଼ିକୁ ଚିହ୍ନଟ କରି ଦାବିପତ୍ର ତିଆରି କରୁଛନ୍ତି।

ସୋସିଆଲ ମିଡିଆରେ ଦିନକୁ ଦିନ ଫ୍ୟାନ୍ କ୍ଲବ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ଫଟୋ–ଭିଡିଓ ସବୁ ଧଡ଼ାଧଡ଼ ପୋଷ୍ଟିଂ ହୋଇ ଅଦିନିଆ ନେତାମାନେ ନିଜର ସ୍ଥିତି ଜାହିର କରିବାରେ ଲାଗିଛନ୍ତି। ବିଭିନ୍ନ ଅଞ୍ଚଳ ଗସ୍ତ, ବିଭିନ୍ନ ସଭାସମିତି ଜରିଆରେ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରିବା ସହିତ ଦଳର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପୟାସ କରୁଛନ୍ତି। ସେହିପରି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ଆଶାୟୀଙ୍କ ସଂଖ୍ୟା କମ୍ ନୁହନ୍ତି। ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ, ବନ୍ଧୁମିଳନ, ପଦଯାତ୍ରା, ଜନସଂପର୍କ, ପ୍ରାୟୋଜିତ ଶୋଭାଯାତ୍ରା ଆଦି ଜାରି ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର