ଲାଇଫ୍ ଷ୍ଟାଇଲ

ଅଦା ପାଣିର ଗୁଣ ଅନେକ : କମାଏ କୋଲେଷ୍ଟ୍ରଲ, ନିୟନ୍ତ୍ରିତ ହୁଏ ମଧୁମେହ

ନୂଆଦିଲ୍ଲୀ ୧୦/୦୪: ଆୟୁର୍ବେଦରେ ଅଦାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଡିବୁଟି ଭାବରେ ଗଣାଯାଇଛି । ଔଷଧୀୟ ଗୁଣର ଭଣ୍ଡାର ହେଉଛି ଅଦା ଯାହା ଭୋକ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଥଣ୍ଡା ଏବଂ କାଶ ବ୍ୟତୀତ ଅଦା ଶ୍ୱାସ ଜନିତ ରୋଗ, ଗଣ୍ଠି ଯନ୍ତ୍ରଣା ଏବଂ ବାନ୍ତି ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଯଦି ଆପଣ ଅଦା ଦ୍ୱାରା ନିଜ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଚାହାଁନ୍ତି, ତେବେ ଆପଣ ଅଦା ପାଣି ପିଇବା ଆରମ୍ଭ କରନ୍ତୁ । ସକାଳେ ଖାଲି ପେଟରେ ଅଦା ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।

ଅଦା ପାଣିରୁ ମିଳୁଥିବା ଫାଇଦା :

. ଅନେକ ଲୋକଙ୍କର ହଜମ ପ୍ରକ୍ରିୟାରେ ଗଡବଡ ହୋଇଥାଏ । ସେ କିଛି ବି ଖାଇଲେ ତାଙ୍କର ପେଟ ଜନିତ ସମସ୍ୟା ଦେଖାଯାଇଥାଏ। ଏହି ଲୋକମାନଙ୍କ ପାଇଁ ଅଦା ପାଣି ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

. ଅଦା ପାଣିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଇବା ଦ୍ୱାରା ଗର୍ଭାବସ୍ଥା ସମୟରେ ବାନ୍ତି ହେବାର ସମସ୍ୟା ଦୂର ହୋଇଥାଏ ।

. ଅଦା ପାଣିରେ ଜିଙ୍କ୍‌ର ଏକ ଉତ୍ତମ ଭାଗ ରହିଥାଏ ଯାହା ଶରୀରରେ ଇନସୁଲିନ୍ କ୍ଷରଣ ବଢାଇଥାଏ ଏବଂ ରକ୍ତରେ ସୁଗାର ଲେବଲକୁ କମ୍ କରିବାରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହ ରୋଗୀଙ୍କ ପାଇଁ ଅଦା ପାଣି ମଧ୍ୟ ଲାଭଦାୟକ ହୋଇଥାଏ ।

. ଏହା ହୃଦରୋଗର ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୁଏ । କୋଲେଷ୍ଟ୍ରଲକୁ କମ୍ କରିବାରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଅଦା ପାଣି ସହାୟକ ହୋଇଥାଏ।

. ଅନେକ ସମୟରେ ଲୋକମାନେ ମାଂସପେଶୀର ଯନ୍ତ୍ରଣା ମଧ୍ୟ ଭୋଗିଥାନ୍ତି, ଯେଉଁଥିପାଇଁ ସେମାନେ ପେନ୍ କିଲର୍ ଖାଇଥାନ୍ତି । କିନ୍ତୁ ଏହିପରି ଔଷଧ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ । ତେଣୁ ଏଥିଲାଗି ଅଦା ପାଣି ପିଅନ୍ତୁ । ମାଂସପେଶୀରେ ଯନ୍ତ୍ରଣା ସମସ୍ୟାରୁ ଆରାମ ମିଳିବ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ