ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ଜାଣିଶୁଣି ଅଦାଲତଙ୍କ ସମୟ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିବା ଆବେଦନକାରୀ ୨୫ ହଜାର ଟଙ୍କା ତଣ୍ଡ ଗଣିବେ। ନ୍ୟସ୍ତସ୍ବାର୍ଥ ସହିତ ଜଡିତ ପ୍ରସଂଗକୁ ନେଇ ମାମଲା ଦାୟର କରି ଅଦାଲତ ସମୟ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଆବେଦନକାରୀଙ୍କୁ ୨୫ ହଜାର ଟଙ୍କା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ୱେଲଫେୟାର ପାଣ୍ଠିରେ ଦୁଇ ସପ୍ତାହ ଭିତରେ ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଟଙ୍କା ଜମା କରି ଏ ସଂପର୍କିତ ରସିଦ ଦାଖଲ କରିବାକୁ ହାଇକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି। ଅଯଥା ପ୍ରସଂଗକୁ ନେଇ ଏଭଳି ପିଟିସନ ଦାଖଲକୁ ହତୋତ୍ସାହିତ କରିବା ପାଇଁ ଏବଂ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ କରିବା ଲାଗି ଏପରି ୨୫ ହଜାର ଟଙ୍କା ଜମା ସଂପର୍କିତ ନିର୍ଦ୍ଦେଶ ଦିଆଯାଉଛି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପ୍ରସଂଗକୁ ନେଇ ଆବେଦନକାରୀ ଗଞ୍ଜାମ ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏହି ପ୍ରସଂଗରେ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ସ୍ଥିତିରେ ଆବେଦନକାରୀଙ୍କ ମାମଲାରେ ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଆବେଦନକାରୀ ନିଜକୁ ଜଣେ ସାମାଜିକ କର୍ମୀ ଭାବେ ଦର୍ଶାଇ ଅଯଥାରେ ଯୋଗ୍ୟ ପ୍ରାର୍ଥୀଙ୍କ ପ୍ରତିଷ୍ଠା ପ୍ରସଂଗରେ ହସ୍ତକ୍ଷେପ କରୁଛନ୍ତି ବୋଲି ମଧ୍ୟ ହାଇକୋର୍ଟ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l