ସ୍ୱାସ୍ଥ୍ୟ

ଅତ୍ୟନ୍ତ ବିପଦଜନକ: କେବଳ ଫୁସଫୁସ ନୁହେଁ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ହମଲା କରିଥାଏ କରୋନା ଭାଇରସ୍

ନୂଆଦିଲ୍ଲୀ ୩୦/୦୪ : ଦେଶରେ କରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଗତ ସପ୍ତାହେ ହେଲାଣି ଦେଶରେ ଲଗାତାର ୩ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। କରୋନା ଦ୍ୱିତୀୟ ଲହରରେ ସଂକେତ ମିଳିଛି ଯେ ଭାଇରସ୍ କେବଳ ଫୁସଫୁସକୁ ସଂକ୍ରମିତ କରୁନାହିଁ ବରଂ ଶରୀରର ଅନ୍ୟାନ୍ୟ ଅଙ୍ଗଗୁଡିକୁ ମଧ୍ୟ ପ୍ରଭାବିତ କରୁଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଶରୀରରେ କରୋନା ଭାଇରସର ହମଲା ବଢିବାକୁ ଲାଗିଲେ ଶରୀରର ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦେଇଥାଏ ଏବଂ ଅନ୍ୟାନ୍ୟ ଅଙ୍ଗଗୁଡିକୁ ହମଲା କରିଥାଏ। ଭାଇରସ୍ ଅନ୍ୟ ଅଙ୍ଗରେ ସୁଜନ ସୃଷ୍ଟି କରିଥାଏ। ଯଦି କାହାର ମଧୁମେହ, ହାଇପରଟେନ୍ସନ ବା ମୋଟାପଣ ସମସ୍ୟା ରହିଥାଏ ତାହେଲେ ଭାଇରସ ଅଧିକ ପ୍ରଭାବ ପକାଇଥାଏ।

ଯଦି ଆପଣଙ୍କୁ କିଛି ଅସୁବିଧା ଅନୁଭୂତ ହେଉଥାଏ ତାହେଲେ କଦାପି ନଜରଅନ୍ଦାଜ କରନ୍ତୁନାହିଁ …

୧. ହୃଦୟ ଉପରେ ହମଲା କରିଥାଏ ଭାଇରସ୍ – ଯେଉଁମାନଙ୍କର ହୃଦ ସମସ୍ୟା ରହିଛି କିମ୍ବା ଯେଉଁମାନଙ୍କର ମେଟାବୋଲିକ ସିଷ୍ଟମ ଖରାପ ଅଛି ସେମାନେ ଶୀଘ୍ର କରୋନା ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି। SARs-COV-2 ଭାଇରସ୍ କରୋନା ରୋଗୀଙ୍କ ହୃଦୟର ମାଂସପେଶୀରେ ସୁଜନ ବୃଦ୍ଧି କରିଥାଏ।

୨. ବଢୁଛି ନ୍ୟୁରୋଲୋଜିକାଲ ସମସ୍ୟା – ଦ୍ୱିତୀୟ ଲହରରେ କୋଭିଡ୍ ରୋଗୀଙ୍କ ମଧ୍ୟରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲେଇବା, ଆଖିକୁ ଝିଲମିଲ ଦେଖାଯିବା, ବାନ୍ତି ଲାଗିବା ଭଳି ଲକ୍ଷଣ ସାମ୍ନାକୁ ଆସୁଛି। JAMA ନ୍ୟୁରୋଲୋଜିରେ ପ୍ରକାଶ ପାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବୁହାନରେ ହସ୍ପିଟାଲରେ ଭର୍ତ୍ତି ଥିବା ୨୧୪ ରୁ ଏକ ତୃତୀୟାଂଶ କରୋନା ରୋଗୀଙ୍କ ମଧ୍ୟରେ ନ୍ୟୁରୋଲୋଜିକ ଲକ୍ଷଣ ଦେଖାଦେଇଥିଲା। କରୋନାର ଏହି ପ୍ରଭାବ ବହୁତ ଦିନ ଯାଏଁ ରହିଥାଏ।

୩. କିଡନୀ ଉପରେ ପ୍ରଭାବ ପକାଇପାରେ – କରୋନା ଭାଇରସ୍ ଯଦି ଶରୀରରେ ବହୁ ଦିନ ଧରି ରହିଯାଏ ତାହେଲେ କିଡନୀ ସମସ୍ୟା ବଢ଼ିଯାଇଥାଏ। SARS-CoV-2 କୋଷଗୁଡିକ ଉପରେ ହମଲା କରିଥାଏ ଯେଉଁଥିପାଇଁ କିଡନୀ ସମେତ ଅନେକ ଅଙ୍ଗର କୋଷ ସଂକ୍ରମିତ ହୋଇଯାଇଥାଏ। ଭାଇରସ୍ କିଡନୀରେ ପହଞ୍ଚିବା ପରେ ସୁଜନ ସୃଷ୍ଟି କରିଥାଏ ଯେଉଁଥିପାଇଁ କିଡନୀ କୋଷ ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ୟୁରିନ୍ ମାତ୍ରା କମ ହୋଇଯାଇଥାଏ।

୪. ବ୍ଲଡ୍ କ୍ଲଟ୍ ହେବାର ଆଶଙ୍କା ମଧ୍ୟ ରହିଛି – କରୋନା ଯୋଗୁଁ ଶରୀରରେ ସୁଜନ୍ ହୋଇଯାଇଥାଏ ଯେଉଁଥିପାଇଁ ଅନେକ ଲୋକଙ୍କ ଶରୀରରେ ବ୍ଲଡ୍ କ୍ଲଟ୍ କରିଥାଏ। ବିଶେଷଜ୍ଞ କହିଛନ୍ତି ଯେ ACE2 ରିସେପ୍ଟର୍ସ ସହ ଯୋଡି ହେବାପରେ SARS-COV-2 ଭାଇରସ୍ ରକ୍ତ ପ୍ରବାହ ଉପରେ ଚାପ ପକାଇଥାଏ। ଏହାଦ୍ୱାରା ସୃଷ୍ଟି ହେଉଥିବା ପ୍ରୋଟିନ୍ ବ୍ଲଡ୍ କ୍ଲଟ୍ ବୃଦ୍ଧି କରିଥାଏ। ବ୍ଲଡ୍ କ୍ଲଟ୍ ଯୋଗୁଁ ଫୁସଫୁସ ଯାଏଁ ସଠିକ ପରିମାଣର ରକ୍ତ ପହଞ୍ଚି ପାରିନଥାଏ ଏବଂ ହୃଦଘାତର ସମ୍ଭାବନା ବୃଦ୍ଧି ପାଇଥାଏ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।