ଖେଳ ଦେଶ ବିଦେଶ

‘ଅତି ଶୀଘ୍ର ବଡ ସ୍କୋର କରିବେ ବିରାଟ’ : ଭବିଷ୍ୟବାଣୀ କଲେ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ, ୦୩/୦୧: ଦୀର୍ଘ ଦିନ ହେବ ନୀରବ ପଡିଛି ବିରାଟଙ୍କ ବ୍ୟାଟ୍ । ବାହାରୁନି ବଡ ସ୍କୋର । ସମାଲୋଚନା ମଧ୍ୟ କରାଯାଉଛି । ଏହାମଧ୍ୟରେ ଭାରତୀୟ ଦଳର କୋଚ୍ ରାହୁଲ ଦ୍ରାବିଡ ବିରାଟଙ୍କୁ ନେଇ ବଡ ପ୍ରତିକ୍ରିୟା ଦେଇଛନ୍ତି । ବିରାଟ ବହୁତ ଜଲଦି ବଡ ସ୍କୋର କରିବେ ବୋଲି ଦ୍ରାବିଡ କହିଛନ୍ତି ।

୨୦୨୦ ଆରମ୍ଭରୁ ବିରାଟ ୧୪ଟି ଟେଷ୍ଟ୍ ଖେଳି ସାରିଛନ୍ତି । ଏଥିରେ ତାଙ୍କର ଆଭରେଜ୍ ରହିଛି ୨୬.୦୮ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଭଲ ଆରମ୍ଭ କରିଥିଲେ ବି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ ।

ତେବେ ଦ୍ରାବିଡ କହିଛନ୍ତି ଯେ, ବିରାଟ ଭଲ ବ୍ୟାଟିଂ କରିଥିଲେ ବି ବଡ ସ୍କୋର କରିପାରି ନଥିଲେ । ଆଗାମୀ ଦିନରେ ତାଙ୍କ ବ୍ୟାଟ୍ ଗର୍ଜିବ । ସେ ବଡ ସ୍କୋର କରିବେ । ତାଙ୍କୁ ଡ୍ରେସିଂ ରୁମରେ ଦେଖିଲେ ସକରାତ୍ମକ ମାହୋଲ ସୃଷ୍ଟି ହେଉଛି । ତାଙ୍କ ଭଳି ବ୍ୟାଟସମ୍ୟାନ୍ ଥରେ ଲୟ ଧରିଲେ ବଡ ସ୍କୋର କରିବା କ୍ଷମତା ରଖନ୍ତି । ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ଭଲ ନେତୃତ୍ୱ ନେଇଛନ୍ତି ।

କେବଳ ବିରାଟ ନୁହେଁ, ଚେତେଶ୍ୱର ପୂଜାରାଙ୍କ ଆଭରେଜ୍ ମଧ୍ୟ ୨୬.୨୧ ରହିଛି । ଏହା ମଧ୍ୟରେ ସେ ୭ଟି ଅର୍ଧଶତକ ଲଗାଇଛନ୍ତି । ଅନେକ ଥର ପୂଜାରା କଠିନ ପରିସ୍ଥିତିରେ ବଡ ସ୍କୋର କରିବା ସହ ଭଲ ଖେଳିଛନ୍ତି । ସେ ନିଜର ୧୦ ବର୍ଷର ଟେଷ୍ଟ କ୍ୟାରିଅରର ଅନେକ ବଡ ସଫଳତା ହାସଲ କରିଛନ୍ତି ବୋଲି ଦ୍ରାବିଡ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ