ରାଜ୍ୟ

ଅତିରିକ୍ତ ଯୋଗାଣ ଅଧିକାରୀଙ୍କ କ୍ବାର୍ଟର୍ସରୁ ଚୋରି, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ରାଉରକେଲା: ଉଦିତନଗର ରାଜସ୍ବ କଲୋନିରେ ଅତିରିକ୍ତ ‌ଯୋଗାଣ ଅଧିକାରୀ ସୋନିଲା ଖାରାଙ୍କ ସରକାରୀ କ୍ବାର୍ଟର୍ସରେ ଚୋରମାନେ କଳାକନା ବୁଲାଇଛନ୍ତି। ଗତକାଲି ରାତିରେ ତାଲା ଭାଙ୍ଗି ଘର ଭିରକୁ ପଶିଥିଲେ। ଆଲ୍‌ମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇଯାଇଥିବା ଜଣାପଡିଛି।

ଯୋଗାଣ କାର୍ଯ୍ୟାଳୟର ଆର୍‌ଏଲ୍‌ଓ ରାଜକିଶୋର ପ୍ରଧାନଙ୍କ ଲିଖିତ ଅଭିଯୋଗ ଆଧାରରେ ଉଦିତନଗର ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅତିରିକ୍ତ ଯୋଗାଣ ଅଧିକାରୀ ସୋନାଲି ଖାରା ରାଉରକେଲାରେ ପହଞ୍ଚିବା ପରେ କ’ଣ କ’ଣ ଚୋରି ହୋଇଛି ଜଣାପଡ଼ିବ। ରାଜକିଶୋର ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି,ଅତିରିକ୍ତ ଯୋଗାଣ ଅଧିକାରୀ ସୋନାଲି ଖାରା ରାଜସ୍ବ କଲୋନି ୧/୧ (ଏସ୍‌ଡିଜେଏମ୍‌ଙ୍କ ପାର୍ଶ୍ବ) ସରକାରୀ କ୍ବାର୍ଟର୍ସରେ ରହନ୍ତି। ସୋନାଲି ସ୍ବାମୀଙ୍କ ସହ ପୁଅର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ହାଇଦ୍ରାବାଦ ଏକ ହସ୍ପିଟାଲକୁ ଯାଇଥିଲେ। କେହି ନଥିବାରୁ ରାଜକିଶୋର ସୋନାଲିଙ୍କ କ୍ବାର୍ଟର୍ସର ରାତିରେ ଶୋଉଥିଲେ। ‌

ସୋମବାର ଦିନ ନିର୍ବାଚନ କାମରେ ବ୍ୟସ୍ତ ଥିବାରୁ ଗତକାଲି ରାତିରେ ରାଜକିଶୋର କ୍ବାର୍ଟର୍ସରେ ଶୋଇପାରି ନଥିଲେ। ଆଜି ସକାଳେ କ୍ବାର୍ଟର୍ସର ତାଲା ଭଙ୍ଗା ହୋଇ ବାହାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ଆଲମିରା ଭଙ୍ଗା ଯାଇଥିବାରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।