ଦେଶ ବିଦେଶ ମନୋରଞ୍ଜନ

ଅଣପେଶାଦାର ବ୍ୟବହାର ଏବଂ ନଖରା ଦେଖାଇବା ଯୋଗୁଁ ଅନୁଷ୍କା ସେନଙ୍କୁ ରିପ୍ଲେସ୍ କଲେ ମେଘା ରେ : ବହୁତ ଦିନ ପର୍ଯ୍ୟନ୍ତ ସହିଲୁ ବୋଲି କହିଲେ ପ୍ରଡ୍ୟୁସର

ମୁମ୍ବାଇ ୧୧/୧୧: ଜି ଟିଭିର ଶୋ ‘ଅପନା ଟାଇମ୍ ଭି ଆଏଗା’ରେ ରାଣୀ ସିଂହଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅନୁଷ୍କା ସେନଙ୍କୁ ମାତ୍ର ୧୮ ଏପିସୋଡ ପରେ ହିଁ ଶୋରୁ ରିପ୍ଲେସ୍ କରାଯାଉଛି। ଅଭିନେତ୍ରୀଙ୍କୁ ଶୋରୁ ବାହାର କରାଯିବା ପଛରେ ତାଙ୍କ ସେଟରେ ଲଗାତାର ଢଙ୍ଗ ଦେଖାଇବା ଏବଂ ଅନପ୍ରୋଫେସନାଲ୍ ବ୍ୟବହାର ଥିବା କୁହାଯାଉଛି। ଏବେ ଅନୁଷ୍କା ଏଥିରୁ ବାହାରିଯିବା ପରେ ଦିଲ୍ ୟେ ଜିଦ୍ଦି ହେ ଅଭିନେତ୍ରୀ ମେଘା ରାୟ ତାଙ୍କ ସ୍ଥାନ ନେବେ।

ଶୋର ପ୍ରଡ୍ୟୁସର ବେଦ ରାଜ ସାକ୍ଷାତକାରରେ ଅନୁଷ୍କାଙ୍କୁ ଶୋରୁ ବାହାର କରିବାର କାରଣ ବିଷୟରେ କହିଥିଲେ ଯେ ମାତ୍ର ୧୮ଏପିସୋଡ ପରେ ହିଁ ମୁଖ୍ୟ ନାୟିକାକୁ ବଦଳିବା ତାଙ୍କ ପାଇଁ ସହଜ ନିଷ୍ପତ୍ତି ନଥିଲା। ଅନୁଷ୍କା ଶୋ ଆରମ୍ଭରୁ ହିଁ ଏପରି ନଖରା ଦେଖାଉଥିଲେ କିନ୍ତୁ ସେମାନେ ଭାବିଥିଲେ ଯେ ସମୟ ସହ ସବୁ କିଛି ଠିକ୍ ହୋଇଯିବ। କିନ୍ତୁ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା।

ଆଗକୁ ବେଦ କହିଥିଲେ ଯେ ଅନୁଷ୍କା ଜରୁରୀ ସିନ୍ ବେଳେ ଇସ୍ୟୁ କରୁଥିଲେ ଯେଉଁଥିରେ ସେ ଘରର କାମ କରୁଥିବାର ଦେଖାଯିବାର ଥିଲା। ଏପରି କ୍ଷେତ୍ରରେ ଅନୁଷ୍କା ଲଗାତାର ବଡି ଡବଲର ଡିମାଣ୍ଡ କରୁଥିଲେ। ସେ କିନ୍ତୁ ନିଜ ସୋସିଆଲ୍ ମିଡିଆ ଇମେଜକୁ ନେଇ ବିଚଳିତ ହେଉଥିଲେ ଯାହା ଜରିଆରେ ତାଙ୍କୁ ଫଲୋଇଙ୍ଗ୍ ମିଳୁଥିଲେ।

ଗତ ସପ୍ତାହେ ହେବ ଅନୁଷ୍କାଙ୍କୁ ଶୋରୁ ବାହାର କରାଯିବାର ଖବର ଶୁଣିବାକୁ ମିଳୁଥିଲା। ଏହି ଖବରକୁ ପଢ଼ି ଅନୁଷ୍କା ଏତେ ରାଗିଯାଇଥିଲେ ଯେ ସେ ସେଟକୁ ଆସିବା ଛାଡ଼ିବା ଦେଇଥିଲେ। ସେଥିପାଇଁ ସେ ଶୋ ପାଇଁ ନୂଆ ଅଭିନେତ୍ରୀ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଅଭିନେତ୍ରୀଙ୍କୁ ରିପ୍ଲେସ୍ କରିବା ଶୋ ପାଇଁ ବଡ଼ ରିସ୍କ ହୋଇପାରେ କିନ୍ତୁ ତାଙ୍କ ପାଖରେ ଆଉ କୌଣସି ରାସ୍ତା ନଥିଲା।

କିଛି ଦିନ ତଳେ ଅନୁଷ୍କା ଲଗାତାର ଶୋରେ କାମ କରୁ କରୁ ବେହୋଶ ହୋଇ ଯାଇଥିଲେ। ଏହା ପରେ ତୁରନ୍ତ ସେଟରେ ମେଡିକାଲ୍ ଟିମ୍ ଡକାଯାଇଥିଲା ଯାହା ପରେ ତାଙ୍କୁ କିଛି ଦିନ ଆରାମ କରିବାକୁ ପରାମର୍ଶ ଦିଆଯାଉଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ