ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଣଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ବର: ଅଣଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ଏନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି। କିନ୍ତୁ  ବିରୋଧୀ ଦଳ ଓ କେତେକସଂଗଠନ ଏହାକୁ ବିରୋଧ କରିବା ପରେ ରାଜ୍ୟ ସରକାର କ୍ୟାବିନେଟ୍ ର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ସ୍ଥଗିତ ରଖିଥିବା କୁହାଯାଉଛି। ଏହାକୁ ସ୍ଥଗିତ ନ ରଖି ତୁରନ୍ତ ପ୍ରତ୍ୟାହାର କରିବାକୁ ବି ଦାବି ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କ ଜମି ହସ୍ତାନ୍ତର, ବନ୍ଧକ ଓ ଉପହାର ନେଇ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। ଏ ସଂକ୍ରାନ୍ତରେ ଦୀର୍ଘଦିନ ଧରି ସେମାନଙ୍କର ରହିଆସିଥିବା ଦାବିକୁ ସରକାର ପୂରଣ କରିଥିଲେ।  ଅନୁସୂଚିତ ଜନଜାତି ବର୍ଗର ଜମି ହସ୍ତାନ୍ତର ସରଳ ହେବା ପ୍ରକ୍ରିୟା ଉପରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରତିକ୍ରିୟା ରଖିଥିଲେ। ରାଜସ୍ୱ ମନ୍ତ୍ରୀ କହିଥିଲେ, ଆଦିବାସୀ ଭାଇମାନେ ପୂର୍ବରୁ ଅସୁବିଧା ସମୟରେ ଜମିକୁ ନିଜ କାମରେ ଲଗେଇ ପାରୁ ନଥିଲେ। ଏବେ ସେ ନିୟମରେ କିଛି ପରି ବର୍ତ୍ତମାନ କରାଯାଇଛି। ଏହା ଦ୍ୱାରା ଆଦିବାସୀ ବର୍ଗ ଉପକୃତ ହେବେ।

କ୍ୟାବିନେଟ୍ ର ନିଷ୍ପତ୍ତି ଅନୁଯାୟୀ ଆଦିବାସୀମାନେ ଏଣିକି ଅଣ ଆଦିବାସୀମାନଙ୍କୁ ନିଜର ଜମି ବିକ୍ରି କରିପାରିବେ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏଣିକି ଉପଜିଲ୍ଲାପାଳଙ୍କୁ ଆବେଦନ କରି ଜଣେ ଆଦିବାସୀ ନିଜର ଜମି ଅଣ ଆଦିବାସୀଙ୍କୁ ବିକି ପାରିବେ। ଯଦି ୬ ମାସ ଭିତରେ ଉପଜିଲ୍ଲାପାଳ ଏନେଇ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ ହେବ। ଏହି ମାମଲାରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ନିଷ୍ପତ୍ତି ବୋଲି ଧରାଯିବ। ଏହାଫଳରେ ଜଣେ ଆଦିବାସୀ ଅଣଆଦିବାସୀଙ୍କୁ ନିଜ ଜମିକୁ ଉପହାର ଆକାରରେ ଦେଇପାରିବେ। ଠିକ୍ ସେହିପରି ଜଣେ ଆଦିବାସୀ ନିଜର ଜମିକୁ ସର୍ବସାଧାରଣ ଅର୍ଥପ୍ରଦାନକାରୀ ସଂସ୍ଥାରେ ବନ୍ଧକ ରଖି ଋଣ ମଧ୍ୟ ଆଣିପାରିବେ। କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।