ଦେଶ ବିଦେଶ ମନୋରଞ୍ଜନ

ଅଡୁଆରେ ଟେନିସ୍‌ ଖେଳାଳୀ ଲିଆଣ୍ଡର ପେସ୍‌, ଘରୋଇ ହିଂସା ମାମଲାରେ ଗର୍ଲଫ୍ରେଣ୍ଡ ରିୟାଙ୍କୁ ଦେବେ କ୍ଷତିପୂରଣ…

ନୂଆଦିଲ୍ଲୀ ୨୬।୦୨: କିମ୍ବଦନ୍ତୀ ଟେନିସ୍ ଷ୍ଟାର୍ ଲିଆଣ୍ଡର୍ ପେସଙ୍କ ବଢ଼ିଲା ଅଡ଼ୁଆ। ପେସ୍‌ଙ୍କ ବିରୋଧରେ ତାଙ୍କ ପାର୍ଟନର୍ ରିୟା ପିଲ୍ଲାଇ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏହି ମାମଲାର କୋର୍ଟଙ୍କ ରାୟ ରିୟାଙ୍କ ସପକ୍ଷରେ ଯାଇଥିବା ବେଳେ ପେସଙ୍କୁ ଲାଗିଛି ବଡ଼ ଝଟକା। ତାଙ୍କ ପୂର୍ବତନ ପାର୍ଟନର୍ ରିୟା ପିଲ୍ଲାଇ କରିଥିବା ଘରୋଇ ହିଂସା ମାମଲାରେ ଏକ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ଶୁଣାଣି କରି ଏହି ଆଦେଶ ଦେଇଛନ୍ତି । କହିଛନ୍ତି ପେସ୍ ନିଜର ପୂର୍ବତନ ପାର୍ଟନର୍ ତଥା ମଡେଲ୍ ଏବଂ ଅଭିନେତ୍ରୀ ରିୟାଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଘରୋଇ ହିଂସା କରିଛନ୍ତି। ୨୦୧୪ରେ ରିୟା ପେସଙ୍କ ବିରୋଧରେ ଘରୋଇ ହିଂସା ସମ୍ବନ୍ଧିତ ମାମଲାର ଦାୟର କରିଥିଲେ।

ଏବେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ରିୟା ଅଲଗା ରହିବାକୁ ଚାହୁଛନ୍ତି, ତାହେଲେ ପେସ୍ ତାଙ୍କୁ ମାସିକ ଭରଣ ପୋଷଣ ପାଇଁ ୧ ଲକ୍ଷ ଟଙ୍କା ବ୍ୟତୀତ ଭଡ଼ା ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରିବେ। ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋମଲ ସିଂହ ରାଜପୁତ ଚଳିତ ମାସ ଆରମ୍ଭରୁ ଆଦେଶ ଦେଇଥିଲେ, କିନ୍ତୁ ଏହାର କପି ବୁଧବାର ଜାରି ହୋଇଛି। ପେସଙ୍କ ସହ ଲିଭ୍ ଇନ୍ ରିଲେସନରେ ରହୁଥିବା ପିଲାଇ ୨୦୧୪ରେ ଘରୋଇ ହିଂସା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପିଲାଇଙ୍କ କହିବା ଅନୁସାରେ ପେସ୍ ତାଙ୍କ ସହ ୮ ବର୍ଷ ଧରି ଲିଭ୍-ଇନ୍ ରିଲେସନରେ ରହୁଥିଲେ। ପେସ୍ ନିଜ କାର୍ଯ୍ୟ ଏବଂ ଆଚରଣ ମାଧ୍ୟମରେ ତାଙ୍କୁ ମୌଖିକ, ଭାବପ୍ରବଣତା ଏବଂ ଆର୍ଥିକ ଶୋଷଣ କରିଥିବା ନେଇ ଦାବି କରିଥିଲେ। ମାଜିଷ୍ଟ୍ରେଟ୍ ମଧ୍ୟ ନିର୍ଦ୍ଦେଶରେ କହିଛନ୍ତି, ଏହା ଘରୋଇ ହିଂସାକାଣ୍ଡ ଘଟାଇଥିବା ପ୍ରମାଣିତ ହୋଇଛି।

କୋର୍ଟ କହିଛନ୍ତି, କି ଯଦି ପିଲାଇ ନିଜ ପାର୍ଟନର୍ ପେସଙ୍କ ସହ ରହିବାକୁ ଚାହୁଁଛନ୍ତି, ତାହେଲେ ତାଙ୍କୁ ଭଡ଼ା ପାଇଁ ପ୍ରାପ୍ୟ ମିଳିବ ନାହିଁ। କାହିଁକି ନା ପେସଙ୍କ ଟେନିସ୍ କ୍ୟାରିୟର ଶେଷ ହୋଇଯାଇଛି, ତେଣୁ ଏଭଳି ପରିସ୍ଥିତିରେ ଯଦି ପିଲ୍ଲାଇଙ୍କୁ ଭରଣପୋଷଣ ବ୍ୟତୀତ ଭଡ଼ା ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଏ, ତେବେ ଏହା ହେବ ନାହିଁ। କହିବାକୁ ଗଲେ ବର୍ତ୍ତମାନ ପେସ୍‌ ଅଭିନେତ୍ରୀ କିମ୍‌ ଶର୍ମାକୁ ଡେଟ୍‌ କରୁଛନ୍ତି । ରିୟା ସଞ୍ଜୟ ଦତ୍ତଙ୍କ ପୂର୍ବ ପତ୍ନୀ। ସଞ୍ଜୟଙ୍କୁ ଛାଡପତ୍ର ନଦେଇ ପେସ୍‌ଙ୍କ ସହ ଆଫେୟାର୍ସ ରଖିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ