ଦେଶ ବିଦେଶ ପର୍ଯ୍ୟଟନ ସ୍ପେଶାଲ ରିପୋର୍ଟ

ଅଠାଳିଆ ଜଳପ୍ରପାତ!

ଅଧିକାଂଶ ଜଳପ୍ରପାତ ଖସଡ଼ା। କେତେକ ଏତେ ଖସଡ଼ା ଯେ, ତଳୁ ଉପରକୁ ଚଢ଼ିବା ଅସଂଭବ। ତେବେ, ଥାଇଲାଣ୍ଡ୍‌ରେ ଥିବା ବୁଆ ଥଂଗ୍‌ ଜଳପ୍ରପାତ ଏକ ବ୍ୟତିକ୍ରମ। ଏହା ଉପରକୁ ଚଢ଼ିବା ବା ଓହ୍ଲାଇବା ବେଶ୍‌ ସହଜ। କୌଣସି ସ୍ବତନ୍ତ୍ର ଯନ୍ତ୍ରପାତିର ସହାୟତା ବିନା ଏହା ଉପରକୁ ଚଢ଼ାଯାଇପାରେ।

ଏହି ପ୍ରପାତ ଚିଆଂ ମେଇ ପ୍ରଦେଶରେ ଅବସ୍ଥିତ। ଯେଉଁ ପ୍ରସ୍ତର ଶଯ୍ୟା ଉପରେ ଏହା ପ୍ରବାହିତ, ତାହା ଅତି ଅଠାଳିଆ ହୋଇଥିବାରୁ ଚଢ଼ିବା ବେଳେ ଆଦୌ ପାଦ ଖସେନାହିଁ। ଏହା ଉପରକୁ ଉଠିବା ପାଇଁ କୌଣସି ସାବଧାନତା ଲୋଡ଼ାନାହିଁ। ଚୂନ ପଥର ଶଯ୍ୟା ଉପରେ ପ୍ରପାତ ତଳକୁ ଧାବମାନ। ପଥର ଉପରେ ଶିଉଳି ବସୁ ନ ଥିବାରୁ ପାଦ ଖସେନାହିଁ। ପାଣି ବେଶ୍‌ ସ୍ବଚ୍ଛ। ବୁଆ ଥଂଗ୍‌ ପ୍ରପାତ ଥାଇଲାଣ୍ଡ୍‌ର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ