ଅପରାଧ ରାଜ୍ୟ

ଅଟୋରେ ଚାଲାଣ ହେଉଥିଲା ଗୋ ମାଂସ : ଦୁର୍ଗନ୍ଧ ହେବାରୁ ଧରିଲେ ଗାଁଲୋକେ, ଉତ୍ତମ ମଧ୍ୟମ ଦେଇ ଥାନାରେ ଦେଲେ

ବାସୁଦେବପୁର ୦୬/୧୦: ବାସୁଦବେପୁର ଥାନା ସମିଆ ଛକ ନିକଟରେ ଗୋ ମାଂସ ଓ ଗୋ ଚମଡା ବୋଝେଇ ଏକ ଡାଲା ଅଟୋ ଜବତ ହୋଇଛି । ଗାଡିକୁ ଗ୍ରାମବାସୀ ମାନେ ଅଟକ କରି ଥାନାରେ ଜିମା ଦେଇଛନ୍ତି ।

ଗୁରୁବାର ସକାଳେ ଉକ୍ତ ଡାଲା ଅଟୋଟିରେ ଗୋ ଚମଡା ସହିତ କିଛି ଗୋ ମାଂସକୁ ବସ୍ତାରେ ଭର୍ତ୍ତି କରି ବାଲେଶ୍ୱର ଜିଲ୍ଲା ସାସପୁରା ଅଂଚଳରୁ ସାବରପୁର ଅଂଚଳକୁ ଆସୁଥିଲା । ସମିଆ ଛକ ନିକଟରେ ମା ଦୁର୍ଗାଙ୍କ ଭସାଣି ଉତ୍ସବ ଚାଲିଥିବା ସମୟରେ ଉକ୍ତ ଗାଡିଟି ଦ୍ରୁତି ଗତିରେ ଉକ୍ତ ସ୍ଥାନରୁ ଖସିବାକୁ ଚେଷ୍ଟା କରୁଥିଲା । ତେବେ ଉକ୍ତ ଅଟୋରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ସନ୍ଦେହ ଗ୍ରାମବାସୀ ମାନେ ଅଟକାଇଥିଲେ । ଡ୍ରାଇଭର ଅମଜାଦ୍‌ଙ୍କୁ ପଚରା ଉଚରା କରିଥିଲେ । ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ କିଛି ଯୁବକ ଗାଡିକୁ ଭଙ୍ଗାରୁଜା କରିବା ସହିତ ଡ୍ରାଇଭରକୁ ନିସ୍ତୁକ ମାଡ ମାରିଥିଲେ । ପରେ ଥାନାକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଁଚି ଡ୍ରାଇଭର ସମେତ ଉକ୍ତ ଗୋ ମାଂସ ଓ ଗୋ ଚମଡା ଗାଡିକୁ ଥାନାକୁ ନେଇଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।