ଅପରାଧ ଦେଶ ବିଦେଶ

ଅଟୋକୁ ଧକ୍କା ଦେଲା ଟ୍ରକ, ୭ ମୃତ

ନୂଆଦିଲ୍ଲୀ, ୨୯|୦୫ : ଉତ୍ତରପ୍ରଦେଶ ବାହାରିଚରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବହରାଇଚ-ଲଖିମପୁର ରାସ୍ତାରେ ଏକ ଟ୍ରକ୍ ସହ ଅଟୋ ଧକ୍କା ହେବା ଫଳରେ ୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୨ଜଣ ଆହତ ମଧ୍ୟ ହୋଇଛନ୍ତି ।

ସୂଚନାନୁସାରେ, ଶନିବାର ରାତିରେ ଏକ ଅଟୋରେ କିଛି ଯାତ୍ରୀ କୌଣସି ଏକ କାମରେ ବାହାରିଚ ଆଡେ ଯାଉଥିଲେ । ତେବେ ବହରାଇଚ-ଲଖିମପୁର ରାସ୍ତାରେ ସେମାନଙ୍କ ଅଟୋ ସହ ଏକ ଟ୍ରକ୍ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ଆଉ ୨ ଜଣ ପ୍ରାଣ ହରାଇଥିଲେ । ଏହାସହ ୧୨ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କିଛି ଯାତ୍ରୀ ଗୁରୁତର ଥିବା ମଧ୍ୟ ସୂଚନା ମିଳିଛି ।

ସମସ୍ତ ଆହତ ଓ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା କିପରି ଘଟିଲା ସେ ନେଇ ପୋଲିସ ତଦନ୍ତ ଚଳାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ