ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଜା ହେଲେ ମୁକେଶ ଅମ୍ଵାନୀ, ଯମଜ ସନ୍ତାନକୁ ଜନ୍ମ ଦେଲେ ଝିଅ ଇଶା

ପ୍ରସିଦ୍ଧ ବିଜନେସ୍‌ମ୍ୟାନ ମୁକେଶ୍‌ ଅମ୍ଵାନୀ। ବର୍ତ୍ତମାନ ତାଙ୍କ ଅମ୍ଵାନୀ ପରିବାରରେ ଖୁସିର ମାହୋଲ ଖେଳି ଯାଇଛି। ଦେଶର ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀ ଅଜା ହୋଇଛନ୍ତି। ତାଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଇଶା ଶନିବାର ଦିନ ଏକ ପୁଅ ଏବଂ ଝିଅକୁ ଜନ୍ମ ଦେଇଛନ୍ତି। ଶିଶୁକନ୍ୟାର ନାମ ଆଦିଆ ଥିବାବେଳେ ଶିଶୁପୁତ୍ରର ନାମ କୃଷ୍ଣ। ଇଶା ଜଣାଶୁଣା ଶିଳ୍ପପତି ପିରାମଲ ଗ୍ରୁପର ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ। ବିବାହ ପରେ ଦୁହେଁ ବର୍ତ୍ତମାନ ଯାଆଁଳା ଶିଶୁର ପିତାମାତା ହୋଇଛନ୍ତି।

ପରିବାର ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ଇଶା ୧୯ ନଭେମ୍ବର ୨୦୨୨ରେ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି। ବିବୃତ୍ତିରେ କୁହାଯାଇଛି, ‘ଆମେ ସୂଚନା ଦେଇଉଥିବା ବେଳେ ଏତେ ଖୁସି ଯେ ଆମ ପିଲାମାନେ ଅର୍ଥାତ୍‌ ଇଶା ଏବଂ ଆନନ୍ଦଙ୍କୁ ୧୯ ନଭେମ୍ବର ଭଗବାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତରେ ଯାଆଁଳା ଶିଶୁ ଦେଇଛନ୍ତି। ଇଶା ଏବଂ ଉଭୟ ଶିଶୁ ଆଦିଆ ଏବଂ କୃଷ୍ଣ ଭଲ ତଥା ସୁସ୍ଥ ଅଛନ୍ତି।

କହିବାକୁ ଗଲେ ୨୦୧୮ ମସିହାରେ, ଇଶା ଅମ୍ବାନୀ ପିରାମଲ ଗ୍ରୁପର ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ । ପରେ ମୁକେଶ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (RIL) ର ରିଟେଲ୍‌ ବ୍ୟବସାୟର କାର୍ଯ୍ୟ ଇଶା ଅମ୍ବାନୀଙ୍କୁ ଦେଇଥିଲେ। ୨୦୧୪ରେ, ଇଶା ରିଲାଏନ୍ସ ରିଟେଲ ଏବଂ ଜିଓର ବୋର୍ଡ ସଦସ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଆନନ୍ଦ ପିରାମଲଙ୍କ ମାଆ ଅର୍ଥାତ୍‌ ସ୍ଵାତୀ ମଧ୍ୟ ଜଣେ ଶିଳ୍ପପତି ଅଟନ୍ତି। ସେ ମୁମ୍ବାଇର ପ୍ରସିଦ୍ଧ ଗୋପିକୃଷ୍ଣ ପିରାମଲ ହସ୍ପିଟାଲର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ