ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଅଜବ ଭାରତ: ଜମିରେ ଫଳୁଛି ହଳଦିଆ ଓ ବାଇଗଣୀ ରଙ୍ଗର ଫୁଲକୋବି

ଗୋରଖପୁର: ଆପଣ କେବେ ହଳଦିଆ ଏବଂ ବାଇଗଣୀ ରଙ୍ଗର ଫୁଲକୋବି ଦେଖିଛନ୍ତି କି ?ଫଟୋରେ ଦେଖିବାକୁ ମିଳିଥିବା ଭିନ୍ନ ରଙ୍ଗର ଫୁଲକୋବି ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି | ତେବେ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ପିପିଗଞ୍ଜ ଅଞ୍ଚଳର ଜଣେ ଚାଷୀ ଏଭଳି ରଙ୍ଗୀନ ଫୁଲକୋବି ଚାଷ କରିଛନ୍ତି | ଏହି ଫୁଲକୋବି ଯେତିକି ସୁନ୍ଦର ଦେଖାଯାଏ, ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ଲାଗିଥାଏ | ମହାଯୋଗୀ ଗୋରଖନାଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ.ବିବେକ ପ୍ରତାପ ସିଂହ କହିଛନ୍ତି ଯେ କୃଷକଙ୍କ ଜମିରେ ହୋଇଥିବା ରଙ୍ଗୀନ ଫୁଲକୋବିରେ ସାଧାରଣ ଫୁଲକୋବି ଅପେକ୍ଷା ଅଧିକ ପୁଷ୍ଟିସାର ରହିଛି |

ଏଥିରେ ଫାଇଟୋ କେମିକାଲସ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି, ଯାହା ରୋଗ ଏବଂ ଶରୀର ସଂକ୍ରମଣକୁ ମୁକାବିଲା କରିବାରେ ସହାୟକ ହୋଇଥାଏ। ଏଥିରେ କ୍ୟାଲସିୟମ, ଫସଫରସ, ମ୍ୟାଗନେସିୟମ ଏବଂ ଜିଙ୍କ ରହିଛି, ଯାହା ହାଡକୁ ଶକ୍ତିଶାଳୀ କରିଥାଏ | ତେବେ ଏହାର ଚାଷ ପାଇଁ ଥଣ୍ଡା ଏବଂ ଆର୍ଦ୍ର ଜଳବାୟୁ ଆବଶ୍ୟକ ବୋଲି କୃଷି ବୈଜ୍ଞାନିକ କହିଛନ୍ତି। ଏହି ରଙ୍ଗୀନ ଫୁଲକୋବି ଚାଷ କରିବାର ଉପଯୁକ୍ତ ସମୟ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ହୋଇଥିବାବେଳେ ପିପିଗଞ୍ଜ ଅଞ୍ଚଳର ଚାଷୀ ବିଷ୍ଣୁ ପ୍ରତାପ ସିଂହ ଏହି କୋବି ଚାଷ କରିଛନ୍ତି |

ଆଉ ଏହି ଚାଷକୁ ଦେଖିବା ପାଇଁ ଏବେ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ବହୁତ ଆଗ୍ରହ ଦେଖିବାକୁ ମିଳିଛି | କୃଷକ ବିଷ୍ଣୁ ପ୍ରତାପ ସିଂ କହିଛନ୍ତି ଯେ ଆଗାମୀ ଦିନରେ କୃଷକମାନଙ୍କ ନିକଟରେ ଏହିପରି ନୂତନ ପ୍ରଜାତି ଆଣିବାରେ କୃଷି ବିଜ୍ଞାନ କେନ୍ଦ୍ର ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ