ଖେଳ ଦେଶ ବିଦେଶ

ଅଜବ ଓ୍ୱିକେଟ୍ ! ଗୋଡ଼-ହାତରେ ବଲ୍‌କୁ ଅଟକାଇଲେ , ତାପରେ ବି ବ୍ୟାଟସମ୍ୟାନ୍ ଆଉଟ, ଭିଡିଓ ଭାଇରାଲ୍…

ନୂଆଦିଲ୍ଲୀ ୦୯।୧୧: କ୍ରିକେଟ ମଇଦାନରେ ଅନେକ ବ୍ୟାଟସମ୍ୟାନ୍‌ଙ୍କୁ ଆଉଟ ହେଉଥିବାର ଦେଖାଯାଇଛି । କିନ୍ତୁ ଏପରି ଜଣେ ବ୍ୟାଟସମ୍ୟାନ୍‌ ଆଉଟ ହେବାର ଆପଣ କେବେ ଆଗରୁ ଦେଖିନଥିବା । ଯାହାକୁ ଦେଖିବା ପରେ ଆପଣ ବାରମ୍ବାର ସେହି ଦୃଶ୍ୟକୁ ଦେଖିବାକୁ ଇଚ୍ଛା କରିବେ । ଆପଣମାନଙ୍କୁ ବିଶ୍ୱାସ ହେବନାହିଁ ଯେ, ବ୍ୟାଟସମ୍ୟାନ ଜଣଙ୍କ କିପରି ଆଉଟ ହୋଇଛନ୍ତି । ନ୍ୟୁଜିଲାଣ୍ଡ କ୍ରିକେଟର ଟମ୍ ବ୍ଲୁଣ୍ଡେଲ ବ୍ୟାଟିଂ କରିବା ସମୟରେ ବଲକୁ ଆଉଟ ହେବ ଆଶଙ୍କାରେ ହାତରେ ଅଟକାଇଥିଲେ । ଯାହାଫଳରେ ତାଙ୍କୁ ଫିଲ୍ଡ ଅମ୍ପାୟାର ଆଉଟ ଦେଇଛନ୍ତି । ୨୪ଘଣ୍ଟା ପୂର୍ବରୁ ଟମ୍‌ ଓ୍ୱେଲିଂଟନ ମଇଦାନରେ ଶତକ ମାରିଥିଲେ । କିନ୍ତୁ ତା ପର ଦିନ ହିଁ ସେ ଏପରି ଆଉଟ ହୋଇଛନ୍ତି ।

କିପରି ହେଲେ ଆଉଟ ?

ଟମ୍‌ ବ୍ଲୁଣ୍ଡେଲ୍‌ଙ୍କ ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରଲ ହେବାରେ ଲାଗିଛି । ବେସିନ୍‌ ରିଜର୍ଭ ଗ୍ରାଉଣ୍ଡରେ ଟମ୍‌ ବ୍ଲୁଣ୍ଡେଲ୍‌ ଜ୍ୟାକ୍‌ବ ଡେଫିଙ୍କ ବୋଲିଂ ସମୟରେ ଓ୍ୱିକେଟ ପଟୁ ଖେଳିଦେଇଥିଲେ । ବଲ୍‌ଟି ଓ୍ୱିକେଟ୍‌ ରେ ବାଜିବାକୁ ଥିବା ଦେଖି ଟମ୍‌ ବ୍ଲୁଣ୍ଡେଲ୍‌ ତୁରନ୍ତ ବଲ୍‌ରେ ଗୋଡ଼ ମାରିଦେଇଥିଲେ । କିନ୍ତୁ ଯେତେବେଳେ ତାଙ୍କୁ ଲାଗିଲା କି ବଲ୍‌ଟି ଓ୍ୱିକେଟ୍‌ରେ ବାଜିବାକୁ ଯାଉଛି, ତୁରନ୍ତ ସେ ବଲ୍‌ରେ ହାତ ମାରିଦେଇଥିଲେ । କ୍ରିକେଟ ନିୟମ ମୁତାବିକ, ଯଦି ବଲ୍‌ଟି ବ୍ୟାଟ୍‌ରେ ବାଜି ଓ୍ୱିକେଟ୍‌ ଆଡେ ଯାଉଥାଏ, ତେବେ ତାକୁ ଗୋଡ଼ରେ ଅଟକାଇ ପାରିବେ । କିନ୍ତୁ ସେଥିରେ ହାତ ଲଗାଇବା ନିୟମ ବିରୋଧୀ । ଏହାକୁ ଦୃଷ୍ଟିରେ ରଖି ଟମ୍‌କୁ ଆଉଟ ଦିଆଯାଇଛି ।

କଣ କହୁଛି ନିୟମ ?

ବଲ୍‌ରେ ହାତ ଲଗାଇଥିବା ବ୍ୟାଟସମ୍ୟାନ୍‌ଙ୍କୁ ହ୍ୟାଣ୍ଡେଲ୍‌ ଦ ବଲ୍‌ ଜରିଆରେ ଆଉଟ ଦିଆଯାଉଥିଲା । କିନ୍ତୁ ୨୦୧୭ ପରେ ଏହି ନିୟମରେ ପରିବର୍ତ୍ତନ କରାଯାଇଥଥିଲା । ଏବେ ବଲ୍‌ ଯଦି ବ୍ୟାଟ୍‌ସମ୍ୟାନ୍‌ଙ୍କ ହାତରେ ବାଜିଲେ ଅବଷ୍ଟ୍ରାକିଙ୍ଗ ଦ ଫିଲ୍ଡ ହିସାବରେ ଆଉଟ ଦିଆଯାଉଛି ।ଏହାପୂର୍ବରୁ ୬୦ବର୍ଷ ତଳେ ୧୯୫୪-୫୫ର ସିଜିନରେ ଜନ୍‌ ହାୟସଙ୍କୁ ଏପରି ଆଉଟ ଦିଆଯାଇଥିଲା

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ