ଅପରାଧ ରାଜ୍ୟ

ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା, ହତ୍ୟା ପରେ ଜଙ୍ଗଲରେ ଫିଙ୍ଗିଦେଇଥିଲେ !

ଆଠଗଡ ୨୫/୦୬: ଆଠଗଡ଼ ଥାନା ଜେନାପଦା ଶାଳବଣୀ ଜଙ୍ଗଲ ମଧ୍ୟରେ ଜଣେ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ଏଯାଏଁ ପରିଚୟ ମିଳିପାରି ନାହିଁ । ମହିଳାଙ୍କୁ କେହି ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଥିବା ଆଶଙ୍କା କରାଯାଉଛି ।

ସୂଚନା ଥାଉକି, ଆଠଗଡ଼ ଥାନା ୬୫ ନମ୍ବର ରାଜ୍ୟ ରାଜପଥ ଜେନାପଦା ଶାଳବଣୀ ଜଙ୍ଗଲ ମଧ୍ୟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ସ୍ଥାନୀୟ ଲୋକ ଦେଖି ଆଠଗଡ଼ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା ।

ଗତକାଲି ସାଇଣ୍ଟଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇ ଥିବା ପୋଲିସ କହିଛି । ତେବେ ବ୍ୟବଚ୍ଛେଦ ପରେ ହତ୍ୟା କି ଆତ୍ମହତ୍ୟା କେଉଁ ସମୟରେ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ଆଇଆଇସି କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।