ଅପରାଧ ରାଜ୍ୟ

ଅଜଣା ଫୋନ୍‌କଲ୍‌ରେ ଧମକ: ଥାନାରେ ଅଭିଯୋଗ କଲେ ସୋମାଲିକା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜଗତସିଂହପୁର ଟାଉନ୍: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଣିଥିବା ସୋମାଲିକା ଦାଶଙ୍କ ପାଖକୁ ଅଜଣା ଫୋନ୍‌କଲ୍‌ ପରେ ସେ ଆଜି ରାତିରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ରାତି ପ୍ରାୟ ସାଢ଼େ ୯ଟାରେ ଜଗତସିଂହପୁର ଥାନାରେ ପହଞ୍ଚି ଫୋନ୍‌କଲ୍ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ପରୋକ୍ଷରେ ଧମକ ଦିଆଯାଉଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ସମାଜସେବୀ ସ୍ନିଗ୍ଧାରାଣୀ ବିଶ୍ବାଳଙ୍କୁ ମଧ୍ୟ ଫୋନ୍‌ରେ ଧମକ ଦିଆଯାଉଥିବା ନେଇ ଏଥିରେ ଅଭିଯୋଗ ହୋଇଛି।

ଗତକାଲି ଅଜଣା ବ୍ୟକ୍ତି ଜଣକ ସୋମାଲିକାଙ୍କ ପାଖକୁ ଫୋନ୍ କରି ମାମଲାକୁ ଦଫାରଫା କରିଦେବା ସହ କ’ଣ ଗୋଟେ ସମାଧାନ ବାହାର କରିବାକୁ କହିଥିଲେ। ପରୋକ୍ଷ ଚେତାବନୀ ‌ବି ଦେଇଥିଲେ । ସୋମାଲିକା ସେହି ଫୋନ୍‌କଲ୍ ସଂକ୍ରାନ୍ତରେ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗୋଟିଏପଟେ ସୋମାଲିକା ଥାନାରେ ବସି ଏତଲା ଦେଉଥିବା ବେଳେ ତାଙ୍କ ଫେସବୁକ୍ ଆଇଡିରୁ ଭିଡିଓ ଓ ଫଟୋ କାଢ଼ି ଏହାକୁ ଏଡିଟିଂ କରି ଜଣେ ଯୁବକ ନିଜ ଫେସ୍‌ବୁକ୍‌ରେ ଭିଡିଓ ଭାଇରାଲ୍ କରୁଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ଥାନା ଅଧିକାରୀଙ୍କୁ ସେ କାନ୍ଦିକାନ୍ଦି ଜଣାଇବା ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ନିବେଦନ କରିଛନ୍ତି। ଜଣେ ଯୁବକଙ୍କ ସହ ଫଟୋକୁ ଯୋଡ଼ି ଭାଇରାଲ୍ କରାଯାଉଥିବା ସେ କହିଛନ୍ତି। ଭାଇରାଲ୍ କରୁଥିବା ଯୁବକ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅଞ୍ଚଳର ଓ ୨୦୧୯ର ଫଟୋକୁ ଭାଇରାଲ୍ କରାଯାଉଛି। ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଏବେ ସେ ସାଂଘାତିକ ମାନସିକ ଚାପରେ ଥିବା କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଧାୟକ ବିଜୟଶଙ୍କରଙ୍କ ବିରୋଧରେ ଗତ ୨ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଗତସିଂହପୁର ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ସୋମାଲିକା। ପୁଲିସ ଏ ସଂକ୍ରାନ୍ତରେ ବିଜୟଶଙ୍କରଙ୍କ ବିରୋଧରେ ଦୁଷ୍କର୍ମ, ଗର୍ଭପାତ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ସୋମାଲିକାଙ୍କ ବୟାନ ରେକର୍ଡ ସହ ଡାକ୍ତରୀମାଇନା ମଧ୍ୟ ଶେଷ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।