ଅପରାଧ ରାଜ୍ୟ

ଅଜଣା ଜନ୍ତୁର ଉନ୍ମତ୍ତ କାଣ୍ଡ: ଗାଁରେ ପଶି ୧୫ ଜଣଙ୍କୁ ଆକ୍ରମଣ, ୩ ଗୁରୁତର; ବନ କର୍ମଚାରୀ ବି ଆହତ

ସୁନ୍ଦରଗଡ଼: ଶନିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ବନାଞ୍ଚଳ ଅନ୍ତର୍ଗତ ସଲଙ୍ଗାବୁଡ଼ରେ ଏକ ଅଜଣା ବନ୍ୟଜନ୍ତୁ ଉତ୍ପାତ କରିଛି। ଘରେ ପଶି ଶୋଇଥିବା ଲୋକଙ୍କୁ କାମୁଡି କ୍ଷତାକ୍ତ କରିଛି। ପ୍ରାୟ ୧୫ ଜଣଙ୍କୁ କାମୁଡି ଥିବାବେଳେ ୩ ଜଣ ଗୁରୁତର ହୋଇପଡିଥିଲେ। ସେମାନଙ୍କ ମଧ୍ୟରୁ ଗୁରୁବାରୀ ପୃଷେଠଙ୍କ ଅବସ୍ଥା ସଙ୍ଗୀନ ଥିବାରୁ ତାଙ୍କୁ ସୁନ୍ଦରଗଡ଼ ହସ୍ପିଟାଲରୁ ବୁର୍ଲା ନିଆଯାଇଛି। ଅନ୍ୟ ୨ ଜଣଙ୍କୁ ସୁନ୍ଦରଗଡ଼ରେ ରଖାଯାଇଛି।

ଖବର ପାଇ ବନ ବିଭାଗର ଟିମ୍ ପହଞ୍ଚିଥିବାବେଳେ ୨ ଜଣ କର୍ମଚାରୀଙ୍କୁ ମଧ୍ୟ ଜନ୍ତୁଟି ଆକ୍ରମଣ କରିଥିବା ସୂଚନା ମିଳିଛି। କୌଣସି ସ୍ଥାନରେ ଲୁଚି ରହି ରହି ଆକ୍ରମଣ କରିଥିବାରୁ ଗାଁ ଲୋକେ ସାରା ରାତି ଚେଇଁ ରହିଥିଲେ। ତେବେ ଜନ୍ତୁଟି କଣ ଜଣା ପଡି ନଥିବାବେଳେ କେହି କେହି ପାଗଳ ବିଲୁଆ ବୋଲି କହିଛନ୍ତି। ଜନ୍ତୁକୁ ଠାବ କରିବା ପାଇଁ ବନବିଭାଗ ତନାଘନା ଚଲାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।