ଭୁବନ ୨୧/୧୦: ଦିନକୁ ଦିନ ସଫା ହେବାକୁ ବସିଛି ଜଙ୍ଗଲ । ଯାହା ଫଳରେ ବନ୍ୟ ଜନ୍ତୁୁ ଗାଁ ଓ ସହର ମୁହାଁ ହେବାରେ ଲାଗିଛନ୍ତି । ତେବେ ଅନେକ ଦୁର୍ଘଟଣାର ଶିକାର ହୋଇ ମରଣ ମୁହଁରେ ପଡୁଛନ୍ତି । ଭୁବନ ଥାନା ଜାତୀୟ ରାଜପଥ ୫୩ରେ ବିଭିନ୍ନ ସମୟରେ ଭାଲୁ, ସିଆଳ, ଏପରିକି ଅନେକ ପଶୁ ଗାଡି ଧକ୍କାରେ ଜୀବନ ହରାଉଛନ୍ତି ।
ଏହି କ୍ରମରେ ଗୁରୁବାର ରାତିରେ ଭୁବନ ଥାନା ଭୁଷଳ ମଠ ନିକଟରେ ଏକ ଝିଙ୍କ ମଧ୍ୟ ଦୁର୍ଘଟଣାରେ ଶିକାର ହୋଇଛି । ଝିଙ୍କଟି କ୍ଷତବିକ୍ଷତ ହୋଇ ପଡିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଭୁବନ ବନ ବିଭାଗ । ଘଟଣାସ୍ଥଳରୁ ଗୁରୁତର ଝିଙ୍କଟିକୁ ଭୁବନ ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା । ଝିଙ୍କଟିର ପ୍ରାଥମିକ ଚିକିତ୍ସା ପରେ ତାକୁ କିଛି ଦିନ ବନ ବିଭାଗ ନିଜ ହେଫାଜତରେ ରଖି ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛଡାଯିବ ବୋଲି ଜଣାପଡିଛି । ତେବେ ଝିଙ୍କଟିର ଓଜନ ଆଠ କିଲୋ ଥିବାବେଳେ ବୟସ ଦୁଇ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।