ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ଜୀବନ

ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ମୃଗବିହାର ନିକଟରେ ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଜଣକ ନବରଙ୍ଗପୁରର ଜି. ଈଶ୍ୱର ରାଓ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ନବରଙ୍ଗପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଜି ଈଶ୍ୱର ରାଓ ଓ ଆକାଶ ଷଡ଼ଙ୍ଗୀ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ଏକ ସ୍କୁଟି (ଓଡି୨୪ଜେ ୩୧୦୯) ଯୋଗେ ପାପଡ଼ାହାଣ୍ଡି ଆଦର୍ଶ ବିଦ୍ୟାଳୟକୁ ଯାଉଥିଲେ। ଏହି ସମୟରେ ମୃଗ ବିହାର ନିକଟରେ ଏକ ଅଜଣା ଗାଡ଼ି ସ୍କୁଟିକୁ ଧକ୍କା ଦେଇ ଚାଲିଯାଇଥିଲା। ଯାହା ଫଳରେ ଦୁଇ ଛାତ୍ର ରାସ୍ତାକଡ଼ରେ ଛିଟିକି ପଡ଼ିଥିଲେ। ଈଶ୍ୱର ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ ଆକାଶ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପାପଡ଼ାହାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।