ରାମଚନ୍ଦ୍ରପୁର, : ରାମଚନ୍ଦ୍ରପୁର ଥାନା ଖଡ଼ିକାଶୁଳବାହାଳି ଛକରୁ ଆଜି ଅପରାହ୍ଣରେ ବନ ବିଭାଗ ଏକ ବେଆଇନ ଅଙ୍ଗାର ବୋଝେଇ ଡାଲାଅଟୋ ଜବତ କରିବା ସହ ଜଣକୁ ଅଟକ ରଖିଛି। ଯାଜପୁର ଜିଲ୍ଲା ଟମକା ଥାନା ବାଦିବିଲି ଗ୍ରାମରୁ ଏକ ଡାଲାଅଟୋ (ଓଡି-୦୪-ଏଫ୍-୦୪୧୧)ରେ ୧୭ ବସ୍ତା ଅଙ୍ଗାର ବୋଝେଇ ହୋଇ ପାଣିକୋଇଲି ଯାଉଥିଲା।
ଖବର ପାଇ ବନପାଳ ମଳୟ କୁମାର ସାହୁ, ଫରେଷ୍ଟ ଗାର୍ଡ ଅବିନାଶ ପରିଡ଼ା, ବନରକ୍ଷୀ କୃପାସିନ୍ଧୁ ପେରେଇ ପିଛା କରି ଖଡ଼ିକାଶୁଳବାହାଳି ଛକରେ ଗାଡ଼ି ଅଟକାଇ ଥିଲେ। ଅଟୋ ସହ ଅଙ୍ଗାର ଜବତ କରିଛନ୍ତି। ଚାଳକ ପାଣିକୋଇଲି ଥାନା ସୋତି ଗ୍ରାମର ଅମୂଲ୍ୟ ଦାଶଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।