ଧର୍ମ ରାଜ୍ୟ

ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ

ଚାନ୍ଦବାଲି ୨୭।୧୦: ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଦୀର୍ଘ ୧୨ଘଣ୍ଟା ଧରି ଆଖଣ୍ଡଳମଣୀ ପୀଠ ଅନ୍ଧାରରେ। ପିଇବା ପାଣି ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ସ୍ଥାନୀୟ ଅଞ୍ଚଳବାସୀ । ପ୍ରଦୂଷିତ ଜଳରେ ଚାଲିଛି ମଣିବାବାଙ୍କ ସେବାପୂଜା ଓ ନୀତିକାନ୍ତି।

ଦୀର୍ଘଦିନ ହେବ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ଯୋଗୁଁ ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ରହୁଛି ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣୀଙ୍କ ପୀଠ ସହ ଆଖପାଖ ୪୦\୫୦ ଖଣ୍ଡ ଗାଁ । ଏପରି ବିଦ୍ୟୁତ କାଟ୍ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କଲେ କୌଣସି ଉତ୍ତର ମିଳେନାହିଁ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ମଙ୍ଗଳବାର ରାତି ପ୍ରାୟ ୯ଟାଠାରୁ ଦୀର୍ଘ ୧୨ଘଣ୍ଟା ବିତି ଯାଇଥିଲେ ମଧ୍ୟ ବୁଧବାର ୯ଟା ଯାଏଁ ଆରଡି ପୀଠ ସମେତ ଆଖପାଖ ସମସ୍ତ ଗାଁ ଅନ୍ଧାରରେ ରହିଛି । ବିଦ୍ୟୁତ କାଟ୍ ଯୋଗୁଁ ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ନାନା ଅସୁବିଧା ଦେଖା ଦେବା ସହ ନୀତିକାନ୍ତି ଓ ଜଳାଭିଷେକ ନିକଟରେ ଥିବା ପୁଷ୍କରିଣୀର ଦୂଷିତ ଜଳରେ ସମସ୍ତ କାର୍ଯ୍ୟ ଚାଲିଥିବା ସେବାୟତ କହିଛନ୍ତି ।

ବିଶେଷକରି ବିଜୁଳି କାଟ୍ ଯୋଗୁଁ ସିଧାସଳଖ ଭାବେ ପ୍ରଭାବ ପକାଇଛି ଛାତ୍ରଛାତ୍ରୀଙ୍କ ଉପରେ । ମୋବାଇଲ ଟାଓ୍ବାରରେ ରହୁନଥିବାରୁ ଇଣ୍ଟରନେଟ୍ ଓ ଅନଲାଇନ୍ ସେବା ଠପ୍ ହୋଇଯାଉଛି । ଅତ୍ୟାବଶ୍ୟକୀୟ ଜମିପଟ୍ଟା ଅନ୍ୟାନ୍ୟ ସାର୍ଟିଫିକେଟ୍ ଓ ବ୍ୟାଙ୍କିଙ୍ଗ ସେବା ମଧ୍ୟ ଠପ୍ ହୋଇଯାଉଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ ଲୋକ ଦାବି ଉଠାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ