ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଘୋଷିତ ବିଦ୍ୟୁତ୍‌କାଟ ପ୍ରତିବାଦ: ମନ୍ତ୍ରୀଙ୍କ ଘର ଆଗରେ ଲଣ୍ଠଣ ଟାଙ୍ଗିଲେ

ଭୁବନେଶ୍ବର/ବାଙ୍କୀ : ଅଘୋଷିତ ବିଦ୍ୟୁତକାଟ୍‌ ପ୍ରତିବାଦରେ ବାଙ୍କୀରୁ ଭୁବନେଶ୍ୱରକୁ ଲଣ୍ଠନ ଧରି ସାଇକେଲ୍‌ରେ ଶୋଭାଯାତ୍ରାରେ ଆସିଥିବା ଯୁବକମାନେ ସୋମବାର ଅପରାହ୍ନରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି। ମନ୍ତ୍ରୀଙ୍କ ଘର ଉପରକୁ ବିଞ୍ଚଣା ଫିଙ୍ଗିବା ସହିତ ଘର ଫାଟକ ଆଗରେ ଲଣ୍ଠନ ଟାଙ୍ଗି ପ୍ରତିବାଦ ପଦର୍ଶନ କରିଛନ୍ତି। ଏହାସହ ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟ କରିଛନ୍ତି।

ସୂଚନା ଅନୁସାରେ ବାଙ୍କୀ ଉପଖଣ୍ତରେ ବାରମ୍ବାର ଲୋ-ଭୋଲଟେଜ୍‌ ଓ ଅଘୋଷିତ ବିଦ୍ୟୁତ୍‌ କାଟରେ ଲୋକମାନେ ଅତିଷ୍ଠ ହୋଇପଡ଼ିଲେଣି। ଏହାର ପ୍ରତିବାଦରେ କିଛିଦିନ ତଳେ ଯୁବ ସମାଜସେବୀ ଅଜୟ କୁମାର ପଣ୍ତା ବାଙ୍କୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖରେ ୩ ଦିନ ଧରି ଧାରଣା ଦେଇଥିଲେ। ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ଗୁହାରି ମଧ୍ୟ କରିଥିଲେ। ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ପ୍ରମୁଖଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତି ତାଙ୍କୁ ସମର୍ଥନ ଜଣାଇ ଧାରଣାରେ ବସିଥିଲେ। ମାତ୍ର, ସମସ୍ୟାର ସମାଧାନ ନହେବାରୁ ପ୍ରତିବାଦ ଜଣାଇବା ପାଇଁ ଶ୍ରୀ ପଣ୍ଡା କିଛି ସାଥୀଙ୍କ ସହ ଶକ୍ତିମନ୍ତ୍ରୀଙ୍କୁ ଅଭିଯୋଗ କରିବା ପାଇଁ ଲଣ୍ଠନ ଓ ବିଞ୍ଚ‌ଣା ଧରି ସାଇକଲରେ ମା’ ଚର୍ଚ୍ଚିକାଙ୍କ ପୀଠରୁ ଭୁବନେଶ୍ବର ଯାତ୍ରା କରିଥିଲେ। ଆଜି ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।