ରାଜ୍ୟ ସ୍ପେଶାଲ ରିପୋର୍ଟ

‘ଅଗ୍ନି-୫’ର ପରୀକ୍ଷ‌ଣ

ବାଲେଶ୍ବର/ଚାନ୍ଦିପୁର/ଧାମରା : ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଥିବାବେଳେ ଭାରତ ଗୁରୁବାର ଦିନ ‘ଅଗ୍ନି’ ସିରିଜ୍‌ର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଫଳ ପରୀକ୍ଷା କରିଛି। ଗୁରୁବାର ସନ୍ଧ୍ୟା ୫ଟା ୫୦ ମିନିଟ୍‌ରେ ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ଏହି ଅନ୍ତଃମହାଦେଶୀୟ କ୍ଷେପଣାସ୍ତ୍ରକୁ ଭଦ୍ରକ ଜିଲ୍ଲା ଧାମରା ନିକଟ ବଙ୍ଗୋପସାଗର ଉପକୂଳ ଅବଦୁଲ କଲାମ୍‌ ଦ୍ବୀପର ୪ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଏହାର ପରୀକ୍ଷଣ କରିଛି।

‘ଅଗ୍ନି-୫’ ହେଉଛି ଅନ୍ତଃମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର। ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ ହେଉଥିବା ‘ଅଗ୍ନି-୫’ର ଲକ୍ଷ୍ୟଭେଦ କ୍ଷମତା ୫୦୦୦ରୁ ୮୦୦୦ କିମି ରହିଥିବାବେଳେ ଶତ୍ରୁପକ୍ଷର ଏହା ଅଶେଷ କ୍ଷତିସାଧନ କରିବାର ସାମର୍ଥ୍ୟ ରଖିଛି। ଏହି କ୍ଷେପଣାସ୍ତ୍ରରେ ୧୩୬୦ କେଜି ଓଜନର ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଏହାର ଲମ୍ବ ୧୭ ମିଟର, ଗୋଲେଇ ୨ ମିଟର, ଓଜନ ୫୦ ଟନ୍‌। ଉତ୍‌କ୍ଷେପଣ ପରେ ଏହା ସେକେଣ୍ତ ପିଛା ୪.୨ କିମି ତୀବ୍ର ବେଗରେ ଗତି କରି ୧୨ ମିନିଟ୍‌ରେ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା। ୨୦୧୨ ମସିହା ଏପ୍ରିଲ ୧୯ ତାରିଖରେ ‘ଅଗ୍ନି-୫’ର ପ୍ରଥମ ପରୀକ୍ଷା କରାଯାଇଥିବାବେଳେ ଆଜିକୁ ମିଶାଇ ମୋଟ୍‌ ୭ଥର ପରୀକ୍ଷଣ କରାଯାଇଛି। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଡିଆରଡିଓ ଅଧ୍ୟକ୍ଷ ଡ.ବି.ସତୀଶ ରେଡ୍ଡି ‘ଅଗ୍ନି-୫’ ମିସନରେ ସାମିଲ ଥିବା ସମସ୍ତ ବୈଜ୍ଞାନିକ ଓ ଟେକ୍ନିକାଲ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

ସନ୍ଧ୍ୟାରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବାରୁ ଭଦ୍ରକ, ବାଲେଶ୍ବର ଓ ଉପକୂଳ ଜିଲ୍ଲା ଆକାଶରେ ଏକ ଉଜ୍ବଳ ଆଲୋକ ବେଶ୍‌ କିଛି ସମୟ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ଓ ଉତ୍ସୁକତା ଭରି ଯାଇଥିଲା। ପ୍ରକୃତରେ ଏହା କଣ ବୋଲି ଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଥିଲା। ହେଲେ ‘ଅଗ୍ନି-୫’ ପରୀକ୍ଷଣ ଖବର ଆସିବା ପରେ ଏହି ଆଲୋକ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟର ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।