ଅପରାଧ ଦେଶ ବିଦେଶ

ଅଗ୍ନିପଥ ଯୋଜନାକୁ ବିରୋଧ କରି ହିଂସା : ଷ୍ଟେସନରେ ଭଙ୍ଗାରୁଜା, ଟ୍ରେନରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଛାତ୍ର

ନୂଆଦିଲ୍ଲୀ ୧୬/୦୬: ବିହାରରେ ନିଆଁ । କେନ୍ଦ୍ର ସରକାରଙ୍କ ଅଘ୍ନିପଥ ଯୋଜନାକୁ ଜୋରଦାର ବିରୋଧ । ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ବିହାରରେ ବ୍ୟାପକ ହିଂସାକାଣ୍ଡ ଘଟିଛି । କିଛି ରାଜନୈତିକ ଦଳ ଓ ଯୁବକ ସଙ୍ଗଠନ ଏହି ଯୋଜନା ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କେବଳ ବିହାର ନୁହେଁ ଗୁରୁଗ୍ରାମରେ ଏହାକୁ ତୀବ୍ର ବିରୋଧ କରାଯାଉଛି। ବିହାରର ବକ୍ସର, ଜାହାନାବାଦରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଛାତ୍ରମାନେ ଜାହାନାବାଦରେ ୮୩ ନମ୍ଵର ଜାତୀୟ ରାଜପଥ ଏବ ୧୧୦ ନମ୍ଵର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଏତତ୍ ବ୍ୟତୀତ, ଆରାରେ ମଧ୍ୟ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଛାତ୍ରମାନେ ରେଳ ଧାରଣା ଉପରେ ଧାରଣା ଦେଇଛନ୍ତି। ଏହାସହ ଆରା ଷ୍ଟେସନରେ ଭଙ୍ଗାରୁଜା କରିଛନ୍ତି । ବଭୁଆ- ପାଟନା ଇଣ୍ଟରସିଟି ଏକ୍ସପ୍ରେସରେ ସେମାନେ ନିଆଁ ଲଗାଇ ଦେଇଛନ୍ତି । ସେହିପରି ଗୁରୁଗ୍ରାମରେ ଦିଲ୍ଲୀ-ଜୟପୁର ହାଇୱେକୁ ଯୁବକମାନେ ଅବରୋଧ କରିଛନ୍ତି। ଏହା ପୂର୍ବରୁ ବକ୍ସର, ମୁଜାଫରପୁର, ଗୟାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।

ଅସନ୍ତୁଷ୍ଟ ଛାତ୍ରଙ୍କ କହିବା ଅନୁସାରେ, କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସେନାରେ ୪ ବର୍ଷ ପାଇଁ କାମ କରିବା ପରେ ଅବସର ନେବୁ। ହେଲେ ଅବସର ନେବାପରେ ପୁଣି ଆମେମାନେ କ’ଣ କରିବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି? ୪ ବର୍ଷ ପୂରଣ ହେବାପରେ ୨୫% ଅଗ୍ନିବୀରଙ୍କୁ ସ୍ଥାୟୀ କ୍ୟାଡରରେ ନିଯୁକ୍ତି ଦିଆଯିବ,କିନ୍ତୁ ବାକି ଦଶମ ଓ ଦ୍ଵାଦଶ ଶ୍ରେଣୀ ପାସ୍ କରି ଅଗ୍ନିବୀର ହୋଇଥିବା ୭୫% ଯୁବକଙ୍କ ପାଖରେ ୪ ବର୍ଷ ପରେ କ’ଣ ବିକଳ୍ପ ରହିବ? ସରକାର ଯଦିଓ ତାଙ୍କୁ ୧୨ ଲକ୍ଷ ଟଙ୍କା ସେବାନିଧି ଦେବେ, କିନ୍ତୁ ଆଉ ଏକ ଚାକିରୀ ଦେବା ପାଇଁ ସରକାରଙ୍କ ପାଖରେ କ’ଣ ଯୋଜନା ରହିଛି ବୋଲି ଏବେ ପ୍ରଶ୍ନ ଉଠୁଛି।

ଆହୁରି ମଧ୍ୟ ବିଜେପି ନେତା ବରୁଣ ଗାନ୍ଧୀ ମଧ୍ୟ ଅଗ୍ନିପଥ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଯୁବକଙ୍କୁ ଭ୍ରମରୁ ବାହାର କରିବାକୁ କେନ୍ଦ୍ର ସରକାର ସମସ୍ତ ଘଟଣା ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ