କଳା ଓ ସଂସ୍କୃତି ଧର୍ମ

ଅଗ୍ନିଦେବଙ୍କ ସମ୍ମାନାର୍ଥେ ପାଳିତ ହୁଏ ଅଗିରାପୂନେଇଁ

“ଓଁ ଅଗ୍ନି ମିଳେ…” ଋଗ୍‌ବେଦର ପ୍ରଥମ ମନ୍ତ୍ର। ଏହା କହେ- ମୁଁ ସୃଷ୍ଟିର ପୁରୋଭାଗରେ ବିଦ୍ୟମାନ, ପ୍ରକାଶସ୍ୱରୂପ, ସର୍ବଜ୍ଞ, ଗତିଦାତା, ଚୈତନ୍ୟମୟ ଓ ପରମାତ୍ମା ଅଗ୍ନିଙ୍କୁ ସ୍ତୁତି କରୁଛି। ଏହିପରି ଭାବରେ, ସୁପ୍ରାଚୀନ କାଳରୁ ଅଗ୍ନି ଏକ ପ୍ରମୁଖ ଦେବତା ଭାବରେ ପୂଜା ପାଇ ଆସୁଛନ୍ତି।

ଯେଉଁ ପଞ୍ଚତତ୍ତ୍ୱରେ ଏ ପୃଥିବୀ ନିର୍ମିତ, ସେ ମଧ୍ୟରୁ ତେଜ ବା ଅଗ୍ନି ଅନ୍ୟତମ। ସେ ଆକାଶରେ ସୂର୍ଯ୍ୟ, ଅନ୍ତରୀକ୍ଷରେ ବିଦ୍ୟୁତ୍ ଓ ପୃଥିବୀରେ ଉତ୍ତାପ ଭାବରେ ପ୍ରକାଶିତ। ଦେବତା ଓ ମନୁଷ୍ୟମାନଙ୍କ ମଧ୍ୟରେ ସେ ଏକ ସଂଯୁକ୍ତକାରୀ ସତ୍ତା। କାରଣ, ସେ ଦେବତାମାନଙ୍କର ମୁଖ ଭାବରେ ପରିଚିତ। ମୁନିଋଷିମାନେ ଯଜ୍ଞରେ ଦେବତାମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଆହୁତି ପ୍ରଦାନ କରନ୍ତି, ଅଗ୍ନିଙ୍କ ମାଧ୍ୟମରେ ତାହା ଦେବତାମାନେ ଗ୍ରହଣ କରନ୍ତି। ତାଙ୍କୁ ମଧ୍ୟ ପରଂବ୍ରହ୍ମ ରୂପେ ସକଳ ମଙ୍ଗଳ କାର୍ଯ୍ୟର ସାକ୍ଷୀ ଭାବରେ ଗ୍ରହଣ କରାଯାଏ।

ଅଷ୍ଟଦିଗପାଳଙ୍କ ମଧ୍ୟରୁ ଦକ୍ଷିଣ-ପୂର୍ବଦିଗର ରକ୍ଷକ ଭାବରେ ମନ୍ଦିରମାନଙ୍କ‌େର ଅଗ୍ନି ବିରାଜିତ ହେବାର ଦେଖାଯାଏ। ବେଦର ବର୍ଣ୍ଣନା ଅନୁଯାୟୀ ତାଙ୍କର ଦୁଇଟି ମୁଣ୍ଡ, ଚାରିଟି ଶିଙ୍ଗ, ତିନିଟି ପାଦ ଓ ସାତଟି ଦାନ୍ତ ଥାଏ। ଅନ୍ୟ କେତେକ ସ୍ଥାନରେ ତାଙ୍କର ଚାରିଟି ଦାନ୍ତ ଥିବାର ବର୍ଣ୍ଣନା ରହିଛି। ତାଙ୍କର ଚାରି ଦାନ୍ତ ପ୍ରତୀକାତ୍ମକ ଭାବରେ ଚାରିଟି ଦଣ୍ଡର ପ୍ରତୀକ; ଯଥା- ଭଗଦଣ୍ଡ, ଧୀଗଦଣ୍ଡ, ଧନଦଣ୍ଡ ଓ ବଧଦଣ୍ଡ। ଅର୍ଥାତ୍ କୌଣସି ପାପକାର୍ଯ୍ୟ ପାଇଁ ନିର୍ଦ୍ଧାରିତ ନ୍ୟାୟଦଣ୍ଡ, ମୁଦ୍ରାଦଣ୍ଡ, ଧନଦଣ୍ଡ ଓ ବଧଦଣ୍ଡ ଦେବାନିମିତ୍ତ ସେ ସମର୍ଥ ଅଟନ୍ତି। ଅଗ୍ନିଙ୍କର ଚତୁର୍ପାଶ୍ୱରେ ଏକ ଶିଖା ବଳୟ ଥାଏ। ସେଥିରୁ ଧୂମ ନିର୍ଗତ ହେଉଥାଏ। ଏକ ମେଷଶାବକ ଅଗ୍ନିଙ୍କର ବାହନ। ଅଗ୍ନି ସର୍ବବ୍ୟାପକ ଅଟନ୍ତି। ତାଙ୍କ ବିନା କୌଣସି ପ୍ରାଣୀ ଜୀବନଧାରଣ କରିପାରିବେ ନାହିଁ।

ଅଗ୍ନିଙ୍କର ଏହି ମହାନତା ଉପଲବ୍‌ଧି କରି, ଓଡ଼ିଶାରେ ଅଗ୍ନିଦେବଙ୍କ ସମ୍ମାନାର୍ଥେ ଏକ ସ୍ୱତନ୍ତ୍ର ଉତ୍ସବ ମାଘପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ। ଏହାକୁ ଅଗିରା (ଅଗିଜଳା) ପୂନେଇଁକୁହାଯାଏ। ଓଡ଼ିଶାର କୃଷିକାରୀମାନେ ସାଧାରଣତଃ ନିଜର ଫସଲ, ଖଳାବାଡ଼ି ଓ ଗୃହକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଅଗ୍ନିଙ୍କୁ ସନ୍ତୁଷ୍ଟ କରିବାପାଇଁ ଏହି ପୂଜାବିଧିର ଆୟୋଜନ କରିଥାନ୍ତି। କାରଣ, ଅଗ୍ନି ଯେପରି କୃଷିକର୍ମର ମୁଖ୍ୟ ଉପାଦାନ, ସେହିପରି ସବୁକିଛିକୁ ଭସ୍ମ କରିଦେବାର ଶକ୍ତି ମଧ୍ୟ ତାଙ୍କର ଅଛି। ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ଏହି ପୂଜାବିଧି ଆୟୋଜିତ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ