ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଅଗଷ୍ଟ ୧୫ ସୁଦ୍ଧା ସବୁ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆରଟିପିସିଆର ଟେଷ୍ଟ ଲ୍ୟାବ

ଭୁବନେଶ୍ୱର: ଚଳିତ ମାସ ୧୫ ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ RTPCR (ଆରଟିପିସିଆର) ଟେଷ୍ଟ ଲ୍ୟାବ କାର୍ଯ୍ୟକ୍ଷମ ହେବ । ମୋଟ ପଜିଟିଭ ମାମଲାରୁ ପାଖାପାଖି ୧୦% ନମୁନା ଆଇଏଲଏସକୁ ପଠାଇବା ଲାଗି ସବୁ ସେଣ୍ଟିନେଲ ସାଇଟ ଓ ଲାବୋରେଟୋରିକୁ କୁହାଯାଇଛି । ଆଉ ସେମାନେ ପଠାଉଛନ୍ତି । ଏବେ ସୁଦ୍ଧା ୧୪ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଲ୍ୟାବ ରହିଛି । ଆଉ ୧୬ ଜିଲ୍ଲାରେ ଲ୍ୟାବ ସ୍ଥାପନ ଲାଗି ଟେଣ୍ଡର ଦିଆସରିଛି ।

ବିଏସଏଲ୨ ଲାବୋରେଟୋରି ସ୍ଥାପନ କାମ ଚାଲିଛି । ଉପକରଣ ଓ ଯନ୍ତ୍ରାଂଶ ଲଗାଯାଉଛି । ଅଗଷ୍ଟ ୧୫ ପୂର୍ବରୁ ସବୁ ଲ୍ୟାବ ଚାଲୁ ହେବ ବୋଲି ଯୋଜନା ରହିଛି । କିଛି ଏଭଳି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର |

ସେହିଭଳି ସେ କହିଛନ୍ତି ଯେ କରୋନା ସଂକ୍ରମଣକୁ ୨୦-୨୦ ଗେମ ଭାବେ ଦେଖନ୍ତୁନି । କ୍ରମାଗତ ଭାବେ ଗ୍ରାଫ ଦେଖିଲେ ଜାଣିପାରିବେ, ସଂକ୍ରମଣ କମୁଛି । ଯେଉଁ ଜିଲ୍ଲାରେ ଆଗରୁ ଅଧିକ ଆକ୍ରାନ୍ତ ବାହାରିଥିଲେ, ଏବେ ଢେର କମିଗଲାଣି । ଆତଙ୍କିତ ହେଲା ଭଳି ଅବସ୍ଥା ନାହିଁ । ଆମର ଜିନମ ସିକ୍ୱେନସିଂ କାମ ଚାଲିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି