ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଅଗଷ୍ଟ ୧ରେ ୧୧ଟି ଭାଷାରେ କରାଯିବ ‘ନିଟ୍‌-୨୦୨୧’ ପରୀକ୍ଷା: ‘ଏନ୍‌ଟିଏ’

ନୂଆଦିଲ୍ଲୀ: ‘ଅଣ୍ଡର୍‌ଗ୍ରାଜୁଏଟ୍‌ ମେଡିକାଲ୍‌ କୋର୍ସେସ୍‌’ରେ ନାମ ଲେଖାଇବା ପାଇଁ ଅଗଷ୍ଟ ୧ ତାରିଖ ଦିନ ‘ନ୍ୟାସ୍‌ନାଲ୍‌ ଇଲିଜିବିଲିଟି କମ୍‌ ଏନ୍‌ଟ୍ରାନ୍‌ସ୍‌ ଟେଷ୍ଟ୍‍’ (ଏନ୍‌ଇଇଟି) ପରୀକ୍ଷା କରାଯିବ ବୋଲି ଗତକାଲି ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ (ଏନ୍‌ଟିଏ) ଘୋଷଣା କରିଛି।

ଶୁକ୍ରବାର ଦିନ ଏ ସଂକ୍ରାନ୍ତରେ ‘ଏନ୍‌ଟିଏ’ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ଅଗଷ୍ଟ ୧ ତାରିଖ (ରବିବାର) ଦିନ ହିନ୍ଦୀ ଓ ଇଂରାଜୀ ସମେତ ୧୧ଟି ଭାଷାରେ ‘ପେନ୍‌ ଓ ପେପର୍‌ ମୋଡ୍‌’ରେ ‘ଏନ୍‌ଇଇଟି (ୟୁଜି)-୨୦୨୧’ ଆୟୋଜନ କରାଯିବ।

ଭାରତରେ ଥିବା ଅନୁମୋଦିତ/ସ୍ୱୀକୃତ ଡାକ୍ତରୀ/ଦନ୍ତସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକରେ ‘ଏମ୍‌ବିବିଏସ୍‌/ବିଡିଏସ୍‌’ ପାଠ୍ୟକ୍ରମ ନିମନ୍ତେ ‘ଏନ୍‌ଟିଏ’ ‘ଏନ୍‌ଇଇଟି ୟୁଜି’ ପରୀକ୍ଷା ପରିଚାଳନା କରେ।

ବିଜ୍ଞପ୍ତିରେ ‘ଏନ୍‌ଟିଏ’ କହିଛି ଯେ, ‘ନିଟ୍‌’ (ୟୁଜି)’ ୨୦୨୧’ ଲାଗି ଆବେଦନ ଫର୍ମ ଦାଖଲ ଆରମ୍ଭ ହେଲେ ପରୀକ୍ଷା, ପାଠ୍ୟଖସଡ଼ା, ବୟସଗତ ଯୋଗ୍ୟତା, ସଂରକ୍ଷଣ, ଆସନ ବର୍ଗୀକରଣ, ପରୀକ୍ଷା ଶୁଳ୍କ, ପରୀକ୍ଷା ହେବାକୁ ଥିବା ସହର, ରାଜ୍ୟ କୋଡ୍‌ ଏବଂ ଅନ୍ୟାନ୍ୟ ସୂଚନା ଅବିଳମ୍ବେ େଓ୍ଵବ୍‌ସାଇଟ୍‌ରେ ଦିଆଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ