ମନୋରଞ୍ଜନ

ଅକ୍ଷୟ କୁମାର-ଟ୍ୱିଙ୍କଲ ଖାନ୍ନା ଦାନ କଲେ ୧୦୦ ଅକ୍ସିଜେନ୍ କନସେନଟ୍ରେଟର

ନୂଆଦିଲ୍ଲୀ ୨୮/୦୪: ସମଗ୍ର ଦେଶ ଏହି ସମୟରେ ବହୁତ କଠିନ ପରିସ୍ଥିତି ଦେଇ ଗତି କରୁଛି । ଦେଶରେ ବ୍ୟାପିଥିବା କରୋନା ମହାମାରୀରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି । ଏହି ସମୟରେ ଅନେକ ରାଜ୍ୟର ଡାକ୍ତରଖାନାରେ ବେଡ୍, ଅକ୍ସିଜେନ୍ ଏବଂ ଔଷଧର ଅଭାବ ଦେଖାଦେଇଛି । ଏଥି ମଧ୍ୟରେ ଅକ୍ଷୟ କୁମାର କରୋନା ବିରୋଧରେ ଯୁଦ୍ଧ କରୁଥିବା ଲୋକଙ୍କ ଜୀବନ ରକ୍ଷା କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଦେଶରେ ଚାଲିଥିବା କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବଲିଉଡର ଅନେକ ସେଲିବ୍ରିଟି ବର୍ତ୍ତମାନ ସାଧାରଣ ଜନତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ସୋସିଆଲ ମିଡିଆରେ ଏହି ସମସ୍ତ ଷ୍ଟାର ଲୋକଙ୍କର ଟ୍ୱିଟ୍ ରିଟ୍ୱିଟ କରୁଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବାକୁ ସମସ୍ତଙ୍କୁ ନିବେଦନ କରୁଛନ୍ତି । ତେବେ ଅକ୍ଷୟ କୁମାର ଲୋକଙ୍କ ନିକଟରେ ଅକ୍ସିଜେନ୍ ପହଞ୍ଚାଇ ତାଙ୍କ ଜୀବନ ବଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥି ସହିତ ଅକ୍ଷୟଙ୍କ ସହ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ମଧ୍ୟ ଦେଶରେ ଅକ୍ସିଜେନର ଅଭାବକୁ ଦୃଷ୍ଟିରେ ରଖି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାୟ ୧୦୦ ଅକ୍ସିଜେନ୍ କନସେନଟ୍ରେଟର ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଏବଂ ଏଥିପାଇଁ ସେମାନେ ଏକ ପଞ୍ଜୀକୃତ ଏନଜିଓ ଖୋଜୁଛନ୍ତି । ଟ୍ୱିଙ୍କଲ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲୋକଙ୍କ ସାହାଯ୍ୟ ମାଗି ଲେଖିଛନ୍ତି, “ଦୟାକରି ମୋତେ ଯାଞ୍ଚ ହୋଇଥିବା, ନିର୍ଭରଯୋଗ୍ୟ ଏବଂ ପଞ୍ଜୀକୃତ ଏନଜିଓ ବିଷୟରେ ସୂଚନା ଦିଅନ୍ତୁ, ଯାହା ୧୦୦ ଅକ୍ସିଜେନ୍ କନସେନଟ୍ରେଟର୍ସ ବଣ୍ଟନ କରିବାରେ ସାହାଯ୍ୟ କରିପାରିବ । ଏଥି ସହିତ ସେ ଏହା ମଧ୍ୟ କହିଛନ୍ତି , ଏ ସମସ୍ତ କନସେନଟ୍ରେଟର୍ସ ସିଧାସଳଖ ୟୁକେରୁ ତାଙ୍କ ପାଖରେ ଆସି ପହଞ୍ଚିବ ।

ଏହା ସହିତ ଟ୍ୱିଙ୍କଲ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଆମ ସହିତ ଲଣ୍ଡନରେ ଭାରତୀୟ ଦୁଇଜଣ ଡାକ୍ତର ୧୨୦ ଅକ୍ସିଜେନ୍ କନସେନଟ୍ରେଟର୍ସ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ବର୍ତ୍ତମାନ ସହାୟତା ପାଇଁ ସମୁଦାୟ ୨୨୦ ଅକ୍ସିଜେନ୍ କନସେନଟ୍ରେଟର୍ସ ବଣ୍ଟନ କରାଯିବ । ଅକ୍ଷୟ ପୂର୍ବରୁ ଗୌତମ ଗମ୍ଭୀର ଫାଉଣ୍ଡେସନକୁ କରୋନା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଏକ କୋଟି ଟଙ୍କା ଦାନ କରିଥିଲେ । ଏହା ପରେ ଗୌତମ ଅକ୍ଷୟ କୁମାରଙ୍କୁ ଟ୍ୱିଟରରେ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ