ଦେଶ ବିଦେଶ ମନୋରଞ୍ଜନ

ଅକ୍ଷୟ କୁମାରଙ୍କ ସ୍ୱିଚ୍ ବୋର୍ଡରେ ପଶିଗଲା ବେଙ୍ଗ: ଫଟୋ ସେୟାର କରି କହିଲେ…

ମୁମ୍ବାଇ ୦୨/୦୧ : ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଅତରଙ୍ଗୀ ରେ’ ସୁଟିଂରେ ବ୍ୟସ୍ତ ଅଛନ୍ତି। ଅକ୍ଷୟ କୁମାର ସବୁବେଳେ ନିଜ ପ୍ରଶଂସକଙ୍କ ସହ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ଅକ୍ଷୟ କୁମାର ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରହନ୍ତି। ନିକଟରେ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏକ ସ୍ୱିଚ୍ ବୋର୍ଡରେ ବେଙ୍ଗ ପସିଯାଇଥିବା ଏହି ଫଟୋରେ ଦେଖିବାକୁ ମିଳିଛି। ଅକ୍ଷୟ କୁମାର ନିଜ ଫୋନ ଚାର୍ଜ କରିବାକୁ ସ୍ୱିଚ୍ ଖୋଜୁଥିଲେ। ତାଙ୍କ ନଜର ସ୍ୱିଚ୍ ବୋର୍ଡ ଉପରେ ପଡିଲା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଫଟୋ ସେୟାର କରି ଅକ୍ଷୟ କୁମାର କ୍ୟାପ୍ସନରେ ଲେଖିଛନ୍ତି, ‘ମୁଁ ଫୋନ ଚାର୍ଜ କରିବାକୁ ସ୍ୱିଚ୍ ବୋର୍ଡ ଖୋଜୁଥିଲି। କିନ୍ତୁ ମୋତେ ଲାଗୁଛି ମୋତେ ଅନ୍ୟ ଜାଗା ଖୋଜିବାକୁ ପଡିବ। ଏହି ବୋର୍ଡ ତ ଆଉ କେହି ଅକ୍ତିଆର କରି ରଖିଛି।’ ଅକ୍ଷୟ କୁମାରଙ୍କ ଏହି ପୋଷ୍ଟରେ ଅନେକ ଲୋକ କମେଣ୍ଟ କରିଛନ୍ତି।

https://www.instagram.com/p/CJh9vV8Hq-r/?utm_source=ig_embed

ଅକ୍ଷୟ କୁମାର ବର୍ତ୍ତମାନ ତାଜନଗରୀ ଆଗ୍ରାରେ ଫିଲ୍ମ ‘ଅତରଙ୍ଗୀ ରେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ଧନୁଷ ଓ ସାରା ଅଲି ଖାନ ମଧ୍ୟ ଅଛନ୍ତି। ନିକଟରେ ସେ ଫିଲ୍ମ ‘ବେଲ ବଟମ’ର ସୁଟିଂ ପୁରା କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ