ଦେଶ ବିଦେଶ ମନୋରଞ୍ଜନ

ଅକ୍ଷୟ କୁମାରଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍: ସୁସ୍ଥ ହୋଇ ଫେରିଲେ ଘରକୁ

ମୁମ୍ବାଇ ୧୨/୦୪ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ସୋମବାର ଦିନ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି। ସେ ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଟ୍ୱିଙ୍କଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ କହିଛନ୍ତି ଯେ ସବୁକିଛି ଠିକ ଅଛି ଏବଂ ଅକ୍ଷୟ କୁମାରଙ୍କୁ ଘରେ ଦେଖି ସମସ୍ତେ ଖୁସି।

ଅକ୍ଷୟ କୁମାର ଗତ ରବିବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ଟ୍ୱିଟ୍ ଜରିଆରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ଦେଇଥିଲେ। ଟ୍ୱିଟରରେ ସେ ଲେଖିଥିଲେ, ‘ଆପଣମାନଙ୍କ ଆଶୀର୍ବାଦର ପ୍ରଭାବ। ମୁଁ ଭଲ ଅଛି କିନ୍ତୁ ସତର୍କତା ଦୃଷ୍ଟିରୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦିଆଯାଇଛି। ସେଥିପାଇଁ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବି। ଆପଣମାନେ ବି ନିଜ ଧ୍ୟାନ ଦିଅନ୍ତୁ।’ ଅକ୍ଷୟ କୁମାର ଡ.ଏଚ.ଏଲ.ହିରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ