ମାଡିଆସୁଛି ମହାବାତ୍ୟା ଦାନା
ହଁ ଦର୍ଶକବନ୍ଧୁ ଓଡିଶା ଏକ ବାତ୍ୟାଅନୁକୂଳ ରାଜ୍ୟ । ପୂର୍ବରୁ ୧୯୯୯ ମହାବାତ୍ୟା ହେଉ , ୨୦୧୩ର ଫାଇଲିନ୍ , ସେହିପରୀ ୨୦୧୪ର ହୁଡୁହୁଡୁ ହେଉ ସବୁପ୍ରକାର ବାତ୍ୟାକୁ ଅକ୍ଟୋବରରେ ହିଁ ସାମ୍ନା କରିଥିଲେ ଓଡିଶାବାସୀ । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅକ୍ଟୋବର ମାସ ହିଁ ବାତ୍ୟା ପାଇଁ ଅନୁକୂଳ । ଅକ୍ଟୋବର ମାସ ଶେଷ ଯାଏ ଏହି ଲଘୁଚାପ ଓଡ଼ିଶା ଉପରେ ରହିବ ବୋଲି ଜିଏଫଏସ୍ ଆକଳନ କରିଛି । ସମୂଦ୍ର ପତନର ତାପମାତ୍ରା ମଧ୍ୟ ଏବେ ବାତ୍ୟା ପାଇଁ ଅନୁକୂଳ ରହିଛି । ଆସନ୍ତା ୨୨ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁ•ପ ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଛି । ତେବେ ଏହା ଓଡିଶା ଉପରେ ପ୍ରଭାବ ପକାଇବ କି ନାହିଁ ତାହା ୨୨ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଷେଶଜ୍ଞମାନେ ଆକଳନ କରିଛନ୍ତି । ତେବେ ୨୩ରୁ ୨୫ ତାରିଖ ଯାଏଁ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇ ଏମ୍ ଡି ଡି.ଜି କହିଛନ୍ତି । ଓଡିଶା ଉପକୂଳ ପାରାଦୀପରୁ ବାଲେଶ୍ୱର ମଝିରେ ମାଡ ହେବ ବାତ୍ୟା ବୋଲି ବିଶ୍ୱର ୩ଟି ମଡେଲ୍ …..ଗ୍ଲୋବାଲ୍ ଫୋର୍କାଷ୍ଟିଙ୍ଗ୍ ମଡେଲ୍ (ଜିଏଫ୍ଏସ୍), ଏନ୍ ସି ଇପି ମଡେଲ୍ ଏବଂ ଆଇ ଏମ୍ ଡି ଇଆର୍ଏଫ୍ ମଡେଲ୍ ଆକଳନ କରୁଛନ୍ତି । ପବନର ବେଗ ୧୫୦କିଲୋ ମିଟରରୁ ଅଧିକ ହୋଇପାରେ ବୋଲି ବିଶ୍ୱର ୩ଟି ମଡେଲ୍ ଆକଳନ କରୁଛନ୍ତି । ଯଦି ବାତ୍ୟା ହୁଏ ତାର ନାମକରଣ ଦାନା ରଖାଯିବ ବୋଲି ସୂଚନା ମିଳିଛି । ଗ୍ଲୋବାଲ ଫୋରକାଷ୍ଟ୍ ସିଷ୍ଟମ(ଜିଏଫଏସ୍) ମଡେଲର ସଦ୍ୟ ଆକଳନ ଅନୁସାରେ, ୨୪ ତାରିଖରେ ପାରାଦୀପରୁ ବାଲେଶ୍ୱର ମଝିରେ ଓଡ଼ିଶା ଉପକୂଳର କୌଣସି ସ୍ଥାନରେ ବାତ୍ୟା ମାଡ଼ ହୋଇପାରେ । ଲ୍ୟାଣ୍ଡଫଲ୍ ସମୟରେ ବାତ୍ୟା କେନ୍ଦ୍ରସ୍ଥଳର ଚାପ ୯୪୪ ମିଲିବାର୍ ରହିବ । ଅତି ଭୀଷଣ ବାତ୍ୟା(ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମ) ରୂପ ନେଇପାରେ । ୨୫ ତାରିଖରେ ମଧ୍ୟ ବାତ୍ୟାର ପ୍ରଭାବ ରହିବ । ପରେ ଏହା ଦୁର୍ବଳ ହୋଇଯିବ ସତ, କିନ୍ତୁ ଲଘୁଚାପ ସକ୍ରିୟ ରହିବ । ଅକ୍ଟୋବର ମାସ ଶେଷ ଯାଏ ଏହି ଲଘୁଚାପ ଓଡ଼ିଶା ଉପରେ ରହିବ ବୋଲି ଜିଏଫଏସ୍ ଆକଳନ କରିଛି ।ତେବେ ବାତ୍ୟା କେଉଁ ରୂପ ନେଉଛି ଏବଂ ଓଡିଶା ଉପରେ କି ପ୍ରଭାବ ପକାଉଛି ଏକା ଉପରେ ରହିଛି ସମସ୍ତଙ୍କ ନଜର । ଭୂବନେଶ୍ୱରରୁ ଲକ୍ଷ୍ମୀପ୍ରିୟାଙ୍କ ରିପୋର୍ଟ ନିଉଜ୍ ଲକ୍ଷ୍ମୀ୭ ।
ଅକ୍ଟୋବରରେ ବାତ୍ୟା, GFS ପରେ NCEP ମଡେଲର ଆକଳନ, IMDର ପୂର୍ବାନୁମାନ ୨୨ରେ ଲଘୁଚାପ
Previous Articleହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ନେତା ନୟାବ ସିଂ ସାଇନି
Next Article ରାସ୍ତା ରୋକ୍ କଲେ ଅଣ ପଞ୍ଜିକୃତ ହଭିଷ୍ୟାଳି