ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

‘ଅକ୍ଟୋବର ୨୧ ଐତିହାସିକ ଦିନ, ସମସ୍ତେ ମିଶି କରୋନାକୁ ହରାଇବା’- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୨୧/୧୦: ରେକର୍ଡ କରିଛି ଭାରତ । ୧୦୦ କୋଟି ଟିକାକରଣରେ ପୂରଣ କରିଛି ଦେଶ । ଅର୍ଥାତ ୧୦୦ କୋଟି ନାଗରିକଙ୍କୁ ଟିକାର ଡୋଜ୍ ଦିଆସରିଲାଣି । ଏହି ଐତିହାସିକ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଭାରତୀୟ ବିଜ୍ଞାନର ବିଜୟ ହୋଇଥିବା ମୋଦୀ କହିଛନ୍ତି ।

ଦେଶରେ ୧୦୦ କୋଟି ଟିକାକରଣ ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀସ୍ଥିତ ରାମ ମନୋହରଲାଲ ଲୋହିୟା ହସ୍ପିଟାଲରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭାରତ ଇତିହାସ ରଚିଛି । ଏହା ଭାରତୀୟ ବିଜ୍ଞାନ ଓ ୧୩୦ କୋଟି ଦେଶବାସୀଙ୍କ ବିଜୟ ଅଟେ । ଦେଶର ଡାକ୍ତର, ନର୍ସ ଓ ଏହି ଉପଲବ୍ଧିକୁ ହାସଲ କରିବାରେ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ ।ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଅକ୍ଟୋବର ୨୧ ଇତିହାସରେ ଲିପିବଦ୍ଧ ହୋଇରହିବ । ୧୦୦ ବର୍ଷରେ ଆସିଥିବା ବଡ ମହାମାରୀର ମୁକାବିଲା ପାଇଁ ଦେଶରେ ୧୦୦ କୋଟିର ମଜବୁତ ସୁରକ୍ଷାକବଚ ରହିଛି । ଏହି ଉପଲବ୍ଧି ଭାରତୀୟଙ୍କର ଅଟେ । ମିଳିତ ଭାବେ କରୋନାକୁ ହରାଇବାକୁ ହେବ । ସରକାର ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ମେଡିକାଲ କଲେଜ ପାଇଁ ପ୍ରସ୍ତୁତି କରୁଛନ୍ତି । ଏଥିରେ ଘରୋଇ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସରକାର କ୍ୟାନସରର ୪୦୦ ଔଷଧର ଦାମ୍ କମାଇଥିବା ମୋଦୀ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ