କଳା ଓ ସଂସ୍କୃତି ଧର୍ମ

ଅଁଳା ନବମୀରେ କାହିଁକି ଅଁଳା ଗଛକୁ ପୂଜା କରାଯାଏ? ରହିଛି ବିଶେଷ ମହତ୍ତ୍ୱ

ଭୁବନେଶ୍ୱର ୧୯/୧୧ : ହିନ୍ଦୁ ଧର୍ମରେ ଅନେକ ପର୍ବପର୍ବାଣି ପାଳନ କରାଯାଏ। କଥାରେ ଅଛି ୧୨ ମାସରେ ୧୩ ପର୍ବ। ଦୀପାବଳି ପରେ ବର୍ତ୍ତମାନ ଛଠ ପୂଜା ପାଳନ କରାଯାଉଛି। ଛଠ ପୂଜା ପରେ ଅଁଳା ନବମୀ ପାଳନ କରାଯିବ। ଅଁଳା ନବମୀ ପରେ କାର୍ତ୍ତିକ ପୂର୍ଣ୍ଣମୀ ପାଳନ କରାଯିବ। ହିନ୍ଦୁ ଧର୍ମରେ ଅଁଳା ନବମୀର ଅନେକ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ। ଏଥର ଅଁଳା ନବମୀ ନଭେମ୍ବର ୨୩ ତାରିଖରେ ପଡୁଛି। ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ। ଅଁଳା ନବମୀ ସହ ଜଡିତ କିଛି ଖାସ କଥା ସମ୍ପର୍କରେ ଜାଣନ୍ତୁ :


ଅଁଳା ନବମୀ ଦିନ ସର୍ବ ପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ। ଏହା ପଛରେ ଏକ କାରଣ ରହିଛି। ଏକ କଥା ଅନୁସାରେ, ଥରେ ମା’ ଲକ୍ଷ୍ମୀ ପୃଥିବୀଲୋକକୁ ଭ୍ରମଣ କରିବାକୁ ଆସିଥିଲେ। ପୃଥିବୀକୁ ଆସିବା ପରେ ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କ ପୂଜା ଏକାସଙ୍ଗେ କରିବାକୁ ତାଙ୍କୁ ଇଚ୍ଛା ହେଲା। ସେତେବେଳେ ସେ ମନେପକାଇଲେ ଯେ ତୁଳସୀ ନାରାୟଣଙ୍କ ପ୍ରିୟ କିନ୍ତୁ ଶିବଙ୍କର ନୁହେଁ। ଶିବଙ୍କ ପୂଜାରେ ତୁଳସୀ ଲାଗେନି। କିନ୍ତୁ ଶିବଙ୍କ ସ୍ୱରୂପ ବେଲର ଗୁଣ ଅଁଳା ବୃକ୍ଷରେ ରହିଛି। ସେଥିପାଇଁ ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଅଂଶ ରହିଛି। ସେତେବେଳେ ମା’ ଲକ୍ଷ୍ମୀ ଅଁଳାକୁ ହିଁ ଶିବ ଓ ବିଷ୍ଣୁଙ୍କ ସ୍ୱରୂପ ଭାବି ପୂଜା କଲେ। ମା’ଙ୍କ ପୂଜା ପରେ ଭଗବାନ ଶିବ ଓ ଭଗବାନ ବିଷ୍ଣୁ ପ୍ରକଟ ହେଲେ। ଏହାପରେ ମା’ଲକ୍ଷ୍ମୀ ଅଁଳା ଗଛ ମୂଳରେ ଭୋଜନ ପ୍ରସ୍ତୁତ କଲେ ଓ ଶିବ ଓ ବିଷ୍ଣୁଙ୍କୁ ଭୋଜନ କରାଇଲେ। ସେହିଦିନ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷରେ ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ ଏବଂ ଅଁଳା ଗଛ ମୂଳରେ ରୋଷେଇ ମଧ୍ୟ ହୋଇଥାଏ। ସେହିଦିନ ଠାରୁ ଏହି ପ୍ରଥା ଚାଲିଆସିଛି।

ଅଁଳା ନବମୀ ପୂଜା ବିଧି :

– ଅଁଳା ନବମୀ ଦିନ ସର୍ବ ପ୍ରଥମେ ଭୋରରୁ ଉଠି ସ୍ନାନ ଆଦି କରାଯାଏ, କୌଣସି ପବିତ୍ର ନଦୀରେ ଗାଧୋଇଲେ ଶୁଭ ବୋଲି କୁହାଯାଏ

– ଏହାପରେ ଅଁଳା ଗଛ ମୂଳରେ କ୍ଷୀର, ଅକ୍ଷତ, ଧୂପ-ପୁଷ୍ପ ଆଦି ଅର୍ପଣ କରାଯାଏ

– ଏହାପରେ ବିଧି ପୂର୍ବକ ଅଁଳା ଗଛକୁ ପୂଜା କରାଯାଏ

– ପୂଜା ପରେ ଗଛର ୭ଥର ପରିକ୍ରମା କରିବା ଉଚିତ

– ପରିକ୍ରମା ପରେ ଦୀପ ଜାଳି ଅଁଳା ନବମୀ କଥା ଶୁଣିବା ଉଚିତ

ଅଁଳା ଫଳ ଖାଇଲେ ମଧ୍ୟ ମିଳିଥାଏ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ :

ପୁରାଣ କଥା ଅନୁସାରେ ଅଁଳା ଫଳ ଖାଇଲେ ମଧ୍ୟ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ। ଅଁଳାର ଅନେକ ଗୁଣ ରହିଛି। ଏହାର ଅନେକ ସ୍ୱାସ୍ଥ୍ୟଗତ ଲାଭ ରହିଛି। ଅଁଳା ରସ ସେବନ ସ୍ୱାସ୍ଥ୍ୟ ପାଇଁ ହିତକର। ଅଁଳା ରସ ସେବନ କଲେ ଧର୍ମ ସ୍ଥାପନା ହୋଇଥାଏ ବୋଲି ପୁରାଣରେ କୁହାଯାଇଛି। ଅଁଳା ଜଳରେ ସ୍ନାନ କଲେ ଗରିବୀ ଦୂର ହୋଇଥାଏ ଏବଂ ସୁଖ ପ୍ରାପ୍ତ ହୋଇଥାଏ। ହିନ୍ଦୁ ଧର୍ମ ଶାସ୍ତ୍ରରେ ଆଉ ଏକ ବିଶ୍ୱାସ ରହିଛି ଯେ ଯେଉଁଠାରେ ଅଁଳା ଗଛ ଥାଏ ସେଠାରେ ଭଗବାନ ବିଷ୍ଣୁ ବାସ କରନ୍ତି। ଅଁଳା ନବମୀର ଏକ ଗୁରୁତ୍ତ୍ୱପୂର୍ଣ କଥା ହେଲା, ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ, ସେଥିପାଇଁ ଏହି ଦିନ ଅଁଳା ସେବନ କରିବା ଉଚିତ ନୁହେଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ