ଖେଳ ଦେଶ ବିଦେଶ

ୱେଷ୍ଟଇଣ୍ଡିଜ-ଭାରତ ଶେଷ ଦିନିକିଆ, ‘କ୍ଲିନ୍‌ ସୁଇପ୍‌’ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ପୋର୍ଟ ଅଫ୍‌ ସ୍ପେନ୍‌ ୨୭।୦୭: ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ବୁଧବାର ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ ହାତେଇ ସାରିଥିବା ଭାରତୀୟ ଦଳ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଘରୋଇ ଦଳ ସମ୍ମାନ ବଞ୍ଚାଇବାକୁ ଲଢେଇ କରିବ ।

ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଭାରତ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା । ଶେଷ ୧୦ ଓଭରରେ ଭାରତକୁ ବିଜୟ ପାଇଁ ୧୦୦ ରନ୍‌ ଆବଶ୍ୟକ ହେଉଥିଲା । ଅକ୍ଷର ପଟେଲ ଚିତ୍ତାକର୍ଷକ ଅର୍ଦ୍ଧଶତକୀୟ ପାଳି ଖେଳି ଭାରତକୁ ବିଜୟୀ କରାଇଥିଲେ । ବୁଧବାର ଆଧିପତ୍ୟ ବିସ୍ତାର କରି ଖେଳିବାକୁ ଭାରତ ପ୍ରୟାସ କରିବ । ଦଳର ଦୁଇ ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଦୀପକ ହୁଡ଼ା ଏପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି । ଆଜି ଉଭୟଙ୍କ ବ୍ୟାଟ୍‌ରୁ ଉପଯୋଗୀ ଇନିଂସ ଦେଖିବାକୁ ଭାରତୀୟ ପ୍ରଶଂସକ ଆଶା ରଖିବେ । ପ୍ରଥମ ୨ଟି ଯାକ ମ୍ୟାଚ୍‌ ପରାଜିତ ହୋଇଥିଲେ ହେଁ ଘରୋଇ ଦଳ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ଦଳରେ ରହିଥିବା ଛୋଟ ମୋଟ ତ୍ରୁଟି ଯୋଗୁ ବିଜୟ ସମ୍ଭବ ହୋଇ ନଥିଲା । ଏଥର ସବୁ ତ୍ରୁଟି ସୁଧାରି ୱେଷ୍ଟ ଇଣ୍ଡିଜ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ । ସାଇ ହୋପ୍‌ ଫର୍ମକୁ ଫେରିବା ଦଳ ପାଇଁ ଶୁଭଙ୍କର । ହେଲେ ଅଲ୍‌ରାଉଣ୍ଡର ଜାସନ ହୋଲ୍ଡରଙ୍କୁ ଏକାଦଶରେ ସ୍ଥାନ ନମିଳିବା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କହିଲେ ଭୁଲ ହେବ ନାହିଁ । ମଙ୍ଗଳବାର ସେ ଏକାଦଶକୁ ଫେରିବା ଆଶା କରାଯାଉଛି ।

ସେହିପରି ଅଲ୍‌ରାଉଣ୍ଡର କିମୋ ପଲ୍‌ ମଧ୍ୟ ଖେଳିବାକୁ ସୁଯୋଗ ପାଇବେ । ଭାରତ ପକ୍ଷରୁ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ସମ୍ଭାବନା ନାହିଁ । ତଥାପି ଶୁଭମନ ଗିଲଙ୍କ ସ୍ଥାନରେ ଋତୁରାଜ ଗାଏକୱାଡ୍‌ଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି । ବୋଲିଂ ବିଭାଗରେ ପରିବର୍ତ୍ତନ ନିଶ୍ଚିତ । ଅଭେଶ ଖାନ କିମ୍ବା ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ମିଳିବ । ସେହି ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା ଦଳକୁ ଫେରିବେ । କୁଇନ୍ସ ପାର୍କ ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରୁଥିବା ଦେଖିବାକୁ ମିଳିଛି । ଆଜି ଏକ ନୂଆ ପିଚ୍‌ରେ ମ୍ୟାଚ୍‌ ଖେଳାଯିବ । ଅପରାହ୍ଣରେ ବର୍ଷା ଆଶଙ୍କା ରହିଛି । ତେଣୁ ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ୱେଷ୍ଟ ଇଣ୍ଡିଜ୍‌: ସାଇ ହୋପ୍‌, କେଲି ମେୟର୍ସ, ଶାମରା ବ୍ରୁକ୍ସ, ବ୍ରାଣ୍ଡନ କିଙ୍ଗ୍‌, ନିକୋଲାସ ପୂରନ, ରୋଭମାନ ପାୱେଲ୍‌, ଅକିଲ ହୁସେନ, ରୋମାରିଓ ସେଫର୍ଡ/କିମୋ ପଲ୍‌, ଅଲଜାରୀ ଜୋଶେଫ, ଜେଡେନ ସିଲ୍ସ, ହେଡେନ ୱାଲ୍ସ ।

ଭାରତ: ଶିଖର ଧାୱନ(ଅଧିନାୟକ), ଶୁଭମନ ଗିଲ/ଋତୁରାଜ ଗାଏକୱାଡ୍‌, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ,ସଞ୍ଜୁ ସାମସନ, ଦୀପକ ହୁଡ଼ା, ଅକ୍ଷର ପଟେଲ/ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର,ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ, ଅଭେଶ ଖାନ/ପ୍ରସିଦ୍ଧ କ୍ରିଷ୍ଣା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ