ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ୱାର୍ଲଡ ସ୍ଲିପ୍ ଡେ’ ୨୦୨୧: ରାତିରେ ହେଉନାହିଁ ଭଲ ନିଦ, ତେବେ କରନ୍ତୁ ଏହି ପାଞ୍ଚଟି ଉପାୟ

ଭୁବନେଶ୍ୱର ୧୯/୦୩: ଅନେକ ସମୟରେ ଆମେ ବହୁତ କ୍ଳାନ୍ତ ହୋଇଯାଇଥାଉ, କିନ୍ତୁ ଶୋଇବାକୁ ଚାହିଁ ମଧ୍ୟ ଶୋଇ ପାରୁନଥାଉ । ଭଲ ନିଦ ପାଇବା ପାଇଁ ଆମେ ଚେଷ୍ଟା କରୁ କିନ୍ତୁ ମଝିରେ ଆମର ନିଦ ଭାଙ୍ଗିଯାଏ । କିଛି ଲୋକଙ୍କୁ ରାତିରେ ଭୟାନକ ସ୍ୱପ୍ନ ଆସିଥାଏ । ବେଳେବେଳେ ଖରାପ ଦିନଗୁଡ଼ିକ ଫ୍ଲାସବ୍ୟାକ୍ ଭାବରେ ଚାଲୁଥିବା ଦେଖାଯାଏ । ଏପରି ପରିସ୍ଥିତିରେ, ଯେତେବେଳେ ବି ଆପଣ ଶୋଇବାରୁ ଉଠିଥାନ୍ତି, ଆପଣଙ୍କ ମୁଣ୍ଡ ବିନ୍ଧା ହୋଇଥାଏ । ଏଥିପାଇଁ କିଛି ଏମିତି ଉପାୟ ଅଛି ଯାହା ମାଧ୍ୟମରେ ଆପଣ ଆରାମରେ ଶୋଇପାରିବେ । ତେବେ ଚାଲନ୍ତୁ ଜାଣିବା କ’ଣ ରହିଛି ସେହି ଉପାୟଗୁଡିବ…

ଉଷମ ପାଣିରେ ଗାଧାନ୍ତୁ :

ଉଷୁମ ପାଣିରେ ଗାଧୋଇବା ଆପଣଙ୍କୁ କେବଳ ଅନେକ ରୋଗରୁ ରକ୍ଷା କରିବ ନାହିଁ, ବରଂ ଏହା ଦ୍ୱାରା ଆପଣଙ୍କୁ ଭଲ ନିଦ ମଧ୍ୟ ଆସିଥାଏ । ଯଦି ଅପଣଙ୍କୁ ନିଦ ଆସୁନାହିଁ ତେବେ ଆପଣ ଉଷୁମ ପାଣିରେ ଗାଧୋଇ ଶୋଇପାରିବେ, ଏହା ଆପଣଙ୍କ ଦିନସାରା ଥକାପଣରୁ ମୁକ୍ତି ଦେବ ।

କୌଣସି ବହି ପଢନ୍ତୁ :

ଶୋଇବା ପୂର୍ବରୁ ଯଦି ଆପଣଙ୍କର ଫିଲ୍ମ କିମ୍ବା ଭିଡିଓ ଦେଖିବାର ଅଭ୍ୟାସ ଅଛି, ତେବେ ଏହି ଅଭ୍ୟାସକୁ ବଦଳାନ୍ତୁ କାରଣ ଏହା ଆପଣଙ୍କ ନିଦକୁ ବାଧା ଦେଇଥାଏ । ଶୋଇବା ପାଇଁ ଅପଣ ଏକ ଭଲ ବହି ପଢିପାରିବା , ଯାହାଫଳରେ ଆପଣ ପୁରା ଦିନର କଥା ଭୂଲିଯାଇ ସେହି ଦିଗରେ ଚିନ୍ତା କରିବା ଆରମ୍ଭ କରିବେ ।


ଧ୍ୟାନ କରନ୍ତୁ :

ଧ୍ୟାନ କେବଳ ସକାଳ ସମୟରେ କର ନାହିଁ, ବରଂ ଆପଣ କେତେବେଳେବି ଆଖି ବନ୍ଦ କରି ଧ୍ୟାନ କରିପାରିବେ । ଧ୍ୟାନ କରିବାର ଅନେକ ଫାଇଦା ମିଳିଥାଏ । ଏହି ଲାଭଗୁଡ଼ିକରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲାଭ ହେଉଛି ଏହା ଆମ ମନକୁ ଶାନ୍ତ କରିଥାଏ ଏବଂ ଆମେ ଭଲ ନିଦରେ ଶୋଇପାରିଥାନ୍ତି ।

ନିଜର କେହି ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ସହ କଥା ହୁଅନ୍ତୁ :

ଯଦି ଆପଣଙ୍କର ନିଦ ନଆସିବାର ସମସ୍ୟା ଅଛି, ତେବେ ଆପଣ ଆପଣଙ୍କ ହନ୍ଧୁଙ୍କ ସହ କଥା ହୋଇପାରିବେ । ଯାହା ଆପଣଙ୍କୁ ମନକୁ ହାଲୁକା କରିବ ଏବଂ ଆପଣ ଶାନ୍ତିରେ ଶୋଇ ପାରିବେ ।


ଉଷୁମ କ୍ଷୀର କିମ୍ବା ପାଣି ପିଇ ଶୁଅନ୍ତୁ :

ଶୋଇବା ସମସ୍ୟାର ସମାଧାନ ପାଇଁ, ଆପଣ ଉଷୁମ କ୍ଷୀର କିମ୍ବା ଉଷୁମ ପାଣି ପିଇବା ଉଚିତ ଯାହା ଦ୍ୱାରା ଆପଣ ସହଜରେ ଶୋଇ ପାରିବେ । ଏହା ବ୍ୟତୀତ ଉଷୁମ କ୍ଷୀର କିମ୍ବା ଉଷୁମ ପାଣି ପିଇ ଶୋଇବା ଦ୍ୱାରା ଆପଣଙ୍କୁ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ