ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୯୬ ବର୍ଷ ବୟସରେ ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜୋମିନଙ୍କ ଦେହାନ୍ତ, ଏହି ରୋଗରେ ଥିଲେ ପୀଡିତ

ବେଜିଂ: ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜୋମିନଙ୍କ ୯୬ ବର୍ଷ ବୟସରେ ପରଲୋକ ଘଟିଛି। ଜୋମିନ କ୍ଲୁକେନିଆ ରୋଗରେ ପୀଡିତ ଥିଲେ। ଏହି କାରଣରୁ ତାଙ୍କ ଶରୀର ଅଙ୍ଗ ଅକାମୀ ହୋଇ ଯାଇଥିଲା। ଦୀର୍ଘ ଦିନର ଚିକିତ୍ସାପରେ ବୁଧବାର ତାଙ୍କର ଦେହାନ୍ତ ଘଟିଛି।

ଜିୟାଙ୍ଗ ଜୋମିନଙ୍କୁ ୧୯୮୯ରେ ଚୀନର ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଥିଲା। ଏନଓ୍ଵାଇଟିର ରିପୋର୍ଟ ଅନୁସାରେ ୧୯୯୩ରେ କ୍ଷମତା ହାସଲ ପରେ ସେ ପ୍ରାୟ ଏକ ଦଶନ୍ଧି ଧରି ଚୀନର ରାଷ୍ଟ୍ରପତି ରହିଥିଲେ। ଜିୟାଙ୍ଗ ନିଧନ ସେହି ସମୟରେ ଘଟିଛି ଯେଉଁଠି କୋଭିଡ୍ କଟକଣା କାରଣରୁ ଚୀନର ଅନେକ ଜାଗାରେ ପ୍ରବଳ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ଜିୟାଙ୍ଗଙ୍କ ଶାସନକାଳରେ ତିୟାନମେନ ସ୍କ୍ଵାୟରରେ କୌଣସି ବଡ ପ୍ରଦର୍ଶନ ହୋଇନଥିଲା।

ଜିୟାଙ୍ଗ ଜଣେ ପରିଶ୍ରମୀ ନେତା ଭାବେ ପରିଚିତ ଥିଲେ। ତାଙ୍କ ଅମଳରେ ଚୀନର କମ୍ୟୁନିଷ୍ଟ ପାର୍ଟି ଅଧିକ ସୁଦୃଢ ହୋଇଥିଲା। ତାଙ୍କ ନେତୃତ୍ଵରେ ଚୀନର ଅର୍ଥବ୍ୟବସ୍ଥା ମଜବୁତ ହୋଇଥିଲା। ଜିୟାଙ୍ଗ ୧୯୯୭ରେ ହଂକଂର ଶାନ୍ତିପୂର୍ଣ୍ଣ ହସ୍ତାନ୍ତରଣ ଏବଂ ୨୦୦୧ରେ ବିଶ୍ଵ ବାଣିଜ୍ୟ ସଂଗଠନରେ ଚୀନର ପ୍ରବେଶ କରାଇଥିଲେ। ଏଥିରେ ଦେଶର ଅର୍ଥବ୍ୟବସ୍ଥା ବିଶ୍ଵ ସମୁଦାୟ ସହ ଯୋଡିବାରେ ବେଶ ସହାୟକ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ