ମନୋରଞ୍ଜନ

୯୩ ତମ ଏକାଡେମୀ ଆୱାର୍ଡ: ଓସ୍କାରରୁ ବାଦ ପଡିଲା ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର୍’

ନୂଆଦିଲ୍ଲୀ ୨୬/୦୪: ଦୁନିଆର ସବୁଠୁ ବଡ ଆୱାର୍ଡ ସୋ’ କୁହାଯାଉଥିବା ଏକାଡେମୀ ଆୱାର୍ଡ ଆର୍ଥାତ୍ ଓସ୍କାର ଆୱାର୍ଡର ଘୋଷଣା କିଛି ଦିନ ପୂର୍ବରୁ କରାଯାଇଥିଲା । ୧୫ ମାର୍ଚ୍ଚ ୨୦୨୧ ରେ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ ଜୋନାସ ଓସ୍କାର ଆୱାର୍ଡ ନାମାଙ୍କନ ଘୋଷଣା କରିଥିଲେ । ଯେଉଁଥିରେ ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର’ର ନାମ ମଧ୍ୟ ସାମିଲ୍ ଥିଲା । ବର୍ତ୍ତମାନ ଏହି ଆୱାର୍ଡ ସୋ’ ଆୟୋଜିତ ହୋଇଛି । ଏଥି ସହିତ, ଅନେକ ବର୍ଗର ଏହି ନାମାଙ୍କନ ମଧ୍ୟରୁ ବିଜେତାଙ୍କ ନାମ ଘୋଷଣା କରାଯାଇଛି । କିନ୍ତୁ ‘ଦ ହ୍ୱାଇଟ୍ ଟାଇଗର୍’ ଆୱାର୍ଡ ଜିତି ପାରି ନାହିଁ, ଫିଲ୍ମଟି ଶ୍ରେଷ୍ଠ ଆଡେପ୍ଟେଡ୍ ସ୍କ୍ରିନପ୍ଲେ ବର୍ଗରେ ମନୋନୀତ ହୋଇଥିଲା ।

93rd academy awards the oscars
ଓସ୍କାର ଆୱାର୍ଡକୁ ଆପଣ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଦେଖିପାରିବେ । ସୂଚନା ଅନୁଯାୟୀ, ଆପଣ ଏହି ସୋ’ ଓସ୍କାର ଡଟ୍ କମ୍ କିମ୍ବା ଓସ୍କାରର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଦେଖିପାରିବେ । ଉଲ୍ଲେଖନୀୟ କଥା ହେଉଛି, ଭାରତରେ ଓସ୍କାର ଆୱାର୍ଡକୁ ମଧ୍ୟ ୨୬ ଏପ୍ରିଲ ରାତି ୮.୩୦ ରେ ପୁନଃ ପ୍ରସାରଣ କରାଯିବ, ଯାହାକୁ ଷ୍ଟାର ୱାର୍ଲ୍ଡ ଏବଂ ଷ୍ଟାର ମୁଭିଜ୍ ଚ୍ୟାନେଲରେ ଦେଖିବାକୁ ମିଳିବ ।

ଓସ୍କାରରେ ମନୋନୀତ ନାମାଙ୍କନ ସୂଚୀ :

ଶ୍ରେଷ୍ଠ ଅଭିନେତା :

ରିଜ୍ ଅହମ୍ମଦ, ଫିଲ୍ମ- ସାଉଣ୍ଡ ଅଫ୍ ମେଟାଲ

ଆନ୍ଥୋନି ହପକିନ୍ସ, ଫିଲ୍ମ – ଦି ଫାଦର

ଷ୍ଟିଭେନ୍ ୟୋନ୍, ଫିଲ୍ମ – ମିନାରୀ

ଗ୍ୟାରି ଓଲଡମ୍ୟାନ୍, ଫିଲ୍ମ – ମଙ୍କ

ଚାଡୱିକ୍ ବୋସମାନ୍, ଫିଲ୍ମ – ମା ରୈନେଜ୍ ବ୍ଲାକ୍ ବଟମ୍

ଶ୍ରେଷ୍ଠ ଅଭିନେତ୍ରୀ :

ଭେନେସା କିର୍ବି, ଫିଲ୍ମ – ପିସେସ୍ ଅଫ୍ ଏ ଓମେନ୍

ଭାୟୋଲା ଡେଭିସ୍, ଫିଲ୍ମ – ମା ରୈନେଜ୍ ବ୍ଲାକ୍ ବଟମ୍

ଫ୍ରାନ୍ସିସ୍ ମ୍ୟାକଡୋରମାଣ୍ଡ, ଫିଲ୍ମ – ନୋମାଡଲ୍ୟାଣ୍ଡ

ଆଣ୍ଡ୍ରା ଡେ, ଫିଲ୍ମ – ଦି ୟୁନାଇଟେଜ୍ ଷ୍ଟାଟସ୍ ଭର୍ସେସ୍ ବିଲୀ ହଲେଣ୍ଡ

କ୍ୟାରି ମୁଲିଗନ୍, ଫିଲ୍ମ – ପ୍ରମିସିଙ୍ଗ ୟଙ୍ଗ ଓମେନ୍

ସର୍ବୋତ୍ତମ ଫିଲ୍ମ :

ନୋମାଡଲ୍ୟାଣ୍ଡ

ପ୍ରମିସିଙ୍ଗ ୟଙ୍ଗ ଓମେନ୍

ମଙ୍କ

ମିନାରୀ

ଦି ଫାଦର୍

ଯୁଡାସ୍ ଏଣ୍ଡ ଦି ବ୍ଲାକ୍ ମେସିହା

ସାଉଣ୍ଡ ଅଫ୍ ମେଟାଲ୍

ଦି ଟ୍ରାଏଲ୍ ଅଫ୍ ଦି ଚିକାଗୋ ୭

ଶ୍ରେଷ୍ଠ ନିର୍ଦ୍ଦେଶକ :

ଡେଭିଡ ଫିଞ୍ଚର, ଫିଲ୍ମ – ମଙ୍କ

ଲି ଇସାକ୍ ଚୁଙ୍ଗ୍, ଫିଲ୍ମ – ମିନାରୀ

ଥୋମାସ୍ ୱିଣ୍ଟରବର୍ଗ, ଫିଲ୍ମ – ଆନାଦର ରାଉଣ୍ଡ

ଇମରଲ୍ୟାଣ୍ଡ ଫେନେଲ, ଫିଲ୍ମ – ପ୍ରମିସିଙ୍ଗ ୟଙ୍ଗ ଓମେନ୍

ଚୁଲୁ ଜୌ, ଫିଲ୍ମ – ନୋମାଡଲ୍ୟାଣ୍ଡ

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ