ରାଜ୍ୟ ସ୍ପେଶାଲ ରିପୋର୍ଟ

୯ରେ ନବୀନଙ୍କୁ ଭେଟିବେ ନୀତୀଶ

ଭୁବନେଶ୍ବର : ଦେଶର ସମସ୍ତ ଅଣ ବିଜେପି ଦଳକୁ ଏକାଠି କରି ବିରୋଧୀଙ୍କ ମହାମେଣ୍ଟ ଗଠନ କରିବା ଉଦ୍ୟମରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ନବୀନ-ନୀତୀଶଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ଠାରୁ ଜାତୀୟ ରାଜନୀତି ଅଧିକ ଚଳଚଞ୍ଚଳ ହୋଇ ଉଠିଛି। ୨୦୦୯ରୁ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରଖିଥିବା ବିଜେଡି ବିରୋଧୀଙ୍କ ମହାମେଣ୍ଟରେ ସାମିଲ୍‌ ହେବ କି ନାହିଁ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।

ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ୯ତାରିଖ ମଧ୍ୟାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ସିଧା ନବୀନ ନିବାସକୁ ଯିବେ। ସେଠାରେ ମଧ୍ୟାହ୍ନ ଭୋଜନ କରିବା ସହ ନବୀନଙ୍କ ସହ ପ୍ରାୟ ଦୁଇ ଘଣ୍ଟାର ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହାପରେ ଦୁଇ ନେତା ମିଳିତ ଭାବେ ଗଣମାଧ୍ୟମରେ ବିବୃତି ରଖିବେ।

ସୂଚନାଯୋଗ୍ୟ ଯେ ନୀତୀଶ କୁମାର ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖଙ୍କୁ ଭେଟିଥିଲେ। ମମତା ବାନାର୍ଜୀ ମଧ୍ୟ କିଛି ଦିନ ତଳେ ନବୀନ ନିବାସରେ ନବୀନଙ୍କୁ ଭେଟିଥିଲେ। ହେଲେ ମମତା-ନବୀନଙ୍କ ଭେଟଘାଟରେ କୌଣସି ରାଜନୈତିକ ଆଲୋଚନା ହୋଇନଥିବା ଉଭୟ ନେତା କହିବା ପରେ ଏହି ଭେଟଘାଟ ନେଇ ପରେ ଅଧିକ ଚର୍ଚ୍ଚା ହୋଇନଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।