ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୮୧ କୋଟି ଗରିବଙ୍କ ଖାଦ୍ୟଶସ୍ୟ ୫୦ ପ୍ରତିଶତ କମାଇ ଦିଆଯାଇଛି : ଜୟରାମ ରମେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗରିବ ଲୋକଙ୍କୁ ୧ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ବର୍ଷେ ପାଇଁ ଯୋଗାଇ ଦେବେ ‌ବୋଲି ଯେଉଁ ଘୋଷଣା କରିଛନ୍ତି ତାହା ଉପରେ କଂଗ୍ରେସ ଆପତ୍ତି ଉଠାଇଛି। ଏହି ଘୋଷଣା କରି ମୋଦୀ ସରକାର ଦେଶର ୮୧ କୋଟି ଗରିବଙ୍କ ଖାଦ୍ୟଶସ୍ୟ ବା ରାସନ ଯୋଗାଣକୁ ୫୦ ପ୍ରତିଶତ କମାଇ ଦେଇଛନ୍ତି। ୮୧ କୋଟି ଗରିବ ଲୋକ ମାସକୁ ୧୦ କିଗ୍ରା ମାଗଣା ଖାଦ୍ୟଶସ୍ୟ ପାଇବାକୁ ହକ୍‌ଦାର ହୋଇଥିବା ବେଳେ ସରକାର ଏବେ ସେମାନଙ୍କୁ କେବଳ ୫ କିଗ୍ରା ଖାଦ୍ୟଶସ୍ୟ ଯୋଗାଇ ଦେବେ ବୋଲି କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି। ରାଜ୍ୟ ସରକାରଙ୍କ ସହିତ ବିଚାରବିମର୍ଶ କିମ୍ବା ସଂସଦରେ କୌଣସି ଆଲୋଚନା ନକରି ଏହାକୁ ହଠାତ୍‌ ବନ୍ଦ କରି ଦିାଯାଇଛି ବୋଲି ରମେଶ କହିଛନ୍ତି। କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ପିଏମଜିକେଏୱାଇରେ ୨୮ ମାସ ଧରି ମାଗଣା ଖାଦ୍ୟଶସ୍ୟ ଯୋଗାଇ ଆସୁଥିଲେ। ତେବେ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ଯେ ୮୧.୩୫ କୋଟି ଏନଏଫଏସଏ ହିତାଧିକାରୀଙ୍କୁ ୨୦୨୩ରେ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।

ଏହାସହିତ ପ୍ରଧାନମନ୍ତ୍ରୀଙ୍କୁ ୟୁ-ଟର୍ଣ୍ଣ ମାଷ୍ଟର ବୋଲି ରମେଶ କହିଛନ୍ତି। ଉପା ସରକାର ଅମ‌ଳରେ ମୋଦୀ ଏମଜିଏନଆରଇଜିଏ ଏବଂ ଏନଏଫଏସଏ ଭଳି ଯୋଜନାକୁ ବିରୋଧ କରୁଥିଲେ। କିନ୍ତୁ ଏବେ ଏଥିପାଇଁ ଶ୍ରେୟ ନେଉଛନ୍ତି। ମୋଦୀ ସରକାରଙ୍କୁ ମନେ ପକାଇ ଦିଆଯିବା ଆବଶ୍ୟକ ଯେ ଏନଏଫଏସଏରେ ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଇବା ଏକ ଉପହାର ନୁହେଁ, ଏହା ସେମାନଙ୍କ ଅଧିକାର। ପିଏମଜିକେଏୱାଇକୁ ବନ୍ଦ କରି ମୋଦୀ ସରକାର ଯେଉଁ ୧ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛନ୍ତି ତାହାକୁ ଖାଦ୍ୟ ସୁରକ୍ଷା ଆଇନକୁ ବିଭିନ୍ନ ଉପାୟରେ ସୁଦୃଢ଼ କରିବାକୁ ସେ ପରାମର୍ଶ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ