ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

୭ ବ୍ରିଟେନ୍ ଫେରନ୍ତାଙ୍କ କରୋନା ରିପୋର୍ଟ ପଜିଟିଭ୍, ନୂଆ ଷ୍ଟ୍ରେନ୍‌ର ଲକ୍ଷଣ ନାହିଁ

ଭୁବନେଶ୍ବର ୨।୧: ବ୍ରିଟେନ୍ ରେ ମିଳିଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଷ୍ଟ୍ରେନ୍ ବ୍ରିଟେନ୍ ବ୍ୟତୀତ ଏବଂ ଅନ୍ୟ ଦେଶମାନଙ୍କରେ ମଧ୍ୟ ଦେଖିବାକୁ ମିଳୁଛି । ବ୍ରିଟେନ୍ ରୁ ଲୋକ ଭିନ୍ନ ଭିନ୍ନ ଦେଶକୁ ଫେରିଥିବାରୁ ଏହାକୁ ନେଇ ଏବେ ଚିନ୍ତା ବଢିଛି ।

ବ୍ରିଟେନରୁ ୧୮୪ଜଣ ଓଡିଶାକୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ବ୍ରିଟେନ୍ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୩ ଜଣ ତାଙ୍କ ସସ୍ପର୍ଶରେ ଆସିଥିବା ସୂଚନା ମିଳିଛି ।

ତେବେ ସବୁଠୁ ଆସ୍ବସ୍ଥିକର କଥା ଯେ ୭ ଜଣଙ୍କ ମଧ୍ୟରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ର କୌଣସି ଲକ୍ଷଣ ମିଳିନାହିଁ । ପଜିଟିଭ୍ ଥିବା ବ୍ୟକ୍ତିଙ୍କର ଟେଷ୍ଟ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ପୁନେରୁ ଆସିନାହିଁ । ଏ ନେଇ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ