ରାଜ୍ୟ ସ୍ପେଶାଲ ରିପୋର୍ଟ

୭ ବର୍ଷ ପରେ ବାଂଲାଦେଶ ଫେରିଲେ ମିର୍ଜାନୁର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନାଉଗାଁ : ରୋଜଗାର ଅନ୍ବେଷଣରେ ଓଡିଶା ଆସି ପାରାଦୀରେ କାମ କରୁଥିବା ବେଳେ ଅନୁପ୍ରବେଶକାରୀ ଭାବେ ଗିରଫ ହୋଇଥିବା ମିର୍ଜାନୁର ୭ ବର୍ଷ ପରେ ଜନ୍ମମାଟି ବାଂଲାଦେଶ ଫେରିବାର ସୁଯୋଗ ପାଇଛନ୍ତି।

ମିର୍ଜାନୁର ଗିରଫ ହେବାପରେ କୁଜଙ୍ଗ ଜେଲ୍‌ରେ ୩ ବର୍ଷ ରହିଥିଲେ। ତତ୍‌କାଳୀନ ଜିଲ୍ଲାପାଳ ଜାମିନୀ ଷଡଙ୍ଗୀଙ୍କ ଅନୁମତି କ୍ରମେ ମିର୍ଜାନୁରଙ୍କୁ ନାଉଗାଁ ବ୍ଲକ୍‌ ଛକସ୍ଥିତ ଆଶ୍ରା ଜରାଶ୍ରମରେ ନେଇ ରଖାଯାଇଥିଲା। ତେବେ, ସେଠାରେ ତାଙ୍କୁ ବେଆଇନ ଭାବେ ରଖା ଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ସରକାରୀସ୍ତରରେ ଏନେଇ କୌଣସି ତତ୍ପରତା ଦେଖା ନଯିବାରୁ ମିର୍ଜାନୁର ଗାଁକୁ ଫେରିବା ନେବାକୁ କୋଲକାତାର ସମାଜସେବୀ ତପନ ଖାମାରୁ ବାଂଲାଦେଶ କମିସନରଙ୍କୁ ଜଣାଇଥିଲେ। ପରେ ସାମାଜିକକର୍ମୀ ପ୍ରସନ୍ନଜିତ ସାହୁ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲ୍ଲାପାଳଙ୍କ ଦପ୍ତରରୁ ମିର୍ଜାନୁରଙ୍କୁ ଗାଁକୁ ଫେରାଇ ଦେବା ନିମନ୍ତେ ‘ଆଶ୍ରା ଜରାଶ୍ରମ’କୁ ଅନୁମତି ପତ୍ର ମିଳିଥିଲା।

ସୂଚନା ପାଇ ସମାଜସେବୀ ତପନ ଖାମାରୁଙ୍କ ସହଯୋଗରେ ମିର୍ଜାନୁରର ସଂପର୍କୀୟ ଭାଇ ଖାଦିମ୍ ଅଲ୍ଲୀଙ୍କ ସହ ଅନ୍ୟ ସଂପର୍କୀୟ ଭାଇ ଆଜି ସକାଳେ ଆସି ନାଉଗାଁସ୍ଥିତ ଜରାଶ୍ରମରେ ପହଞ୍ଚିଥିଲେ। ଆଶ୍ରାର ବରିଷ୍ଠ କର୍ମୀ ବସନ୍ତ କୁମାର ମହାନ୍ତି ସେମାନଙ୍କ ସହିତ ଆଲୋଚନା କରି ଉଭୟଙ୍କୁ ଏକଠି କରିବା ପରେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା ।

ପରେ ଶ୍ରୀ ମହାନ୍ତି ନାଉଗାଁ ଥାନା ଅଧିକାରୀ ଅନିରୁଦ୍ଧ ନାୟକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ । ନାଉଗାଁ ଥାନାରେ ଆଶ୍ରା ତରଫରୁ ଉପଯୁକ୍ତ କାଗଜପତ୍ର ଦାଖଲ ପରେ ଅପରାହ୍ନରେ ଆଶ୍ରାର ସମସ୍ତ କାର୍ଯ୍ୟକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ଓ ଥାନା ଅଧିକାରୀ ମିର୍ଜାନୁରଙ୍କୁ ବାଂଲାଦେଶ ଅଭିମୁଖେ ବିଦାୟ ଦେଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।