କଳା ଓ ସଂସ୍କୃତି ଦେଶ ବିଦେଶ

୭ ଘଣ୍ଟାରେ ଦିଲ୍ଲୀରୁ ବୈଷ୍ଣୋ ଦେବୀ; ନିର୍ମାଣ ହେବ ଦିଲ୍ଲୀ-ଅମୃତସର-କତ୍ରା କରିଡର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କତ୍ରାରେ ଅବସ୍ଥିତ ବୈଷ୍ଣୋ ଦେବୀ ମନ୍ଦିର ସହ ରାଜଧାନୀ ଦିଲ୍ଲୀ ମଧ୍ୟରେ ଯୋଗାଯୋଗକୁ ଉନ୍ନତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଉଦ୍ଦେଶ୍ୟରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଅଧୀନରେ ଦିଲ୍ଲୀ-ଅମୃତସର-କତ୍ରା କରିଡର ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର।

୬୭୦ କିଲୋମିଟରର ଗ୍ରିନଫିଲ୍‌ଡ ଏକ୍ସପ୍ରେସୱେ ପ୍ରକଳ୍ପ ଦିଲ୍ଲୀର ବାହାଦୁରଗଡ ସୀମାକୁ ପଞ୍ଜାବର ନକୋଦର ଏବଂ ଗୁରୁଦାସପୁର ଦେଇ କତ୍ରା ସହିତ ସଂଯୋଗ କରିବ। ଫଳରେ ଦିଲ୍ଲୀ-ଅମୃତସର-କତ୍ରା କରିଡର ଦ୍ୱାରା ଯାତ୍ରା ସମୟକୁ ୫ ଘଣ୍ଟା ହ୍ରାସ କରିହେବ।

ପ୍ରତିବର୍ଷ ଦିଲ୍ଲୀରୁ ଅନେକ ତୀର୍ଥଯାତ୍ରୀ ବୈଷ୍ଣୋ ଦେବୀଙ୍କୁ ଦର୍ଶନ ପାଇଁ ଯାଆନ୍ତି ଏବଂ କତ୍ରାରେ ପହଞ୍ଚିବାକୁ ସେମାନଙ୍କୁ ପ୍ରାୟ ୧୨ ଘଣ୍ଟା ସମୟ ଲାଗେ। ତେବେ ଏହି କରିଡର ମାଧ୍ୟମରେ ଦିଲ୍ଲୀ ଏବଂ କତ୍ରା ମଧ୍ୟରେ ଦୂରତା ହ୍ରାସ ପାଇବ ଏବଂ ତୀର୍ଥଯାତ୍ରୀମାନେ ମାତ୍ର ୭ ଘଣ୍ଟା ମଧ୍ୟରେ କତ୍ରାରେ ପହଞ୍ଚିପାରିବେ ଏବଂ ପାଞ୍ଚ ଘଣ୍ଟାର ଯାତ୍ରା ସମୟକୁ ବଞ୍ଚାଇ ପାରିବେ। ଏହା ବ୍ୟତୀତ ଯାତ୍ରୀମାନେ ୫ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଦିଲ୍ଲୀରୁ ଅମୃତସରରେ ପହଞ୍ଚିବାରେ ସକ୍ଷମ ହେବେ।

ଏକ ରିପୋର୍ଟ ଅନୁଯାୟୀ, ମୋଟ ୬୭୦ କିଲୋମିଟର ଲମ୍ବା କରିଡର ମଧ୍ୟରୁ ୫୮୦ କିଲୋମିଟର ଲମ୍ବା ଗ୍ରିନଫିଲ୍‌ଡ କରିଡରର କାର୍ଯ୍ୟ ଶେଷ ହୋଇଛି ଏବଂ ଆଉ ମାତ୍ର ୯୦ କିଲୋମିଟରର କାର୍ଯ୍ୟ ବାକି ଅଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଦ୍ୱାରା ନିର୍ମି ତ ଏହି କରିଡର ଜୁନ୍‌ ୨୦୨୪ ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,